www.samajalive.in
Saturday, December 6, 2025
26.1 C
Bhubaneswar

କେଶରେ ଲୁଚି ରହିଛି ବ୍ୟକ୍ତିଙ୍କ ରହସ୍ୟ, ଏମିତି ଜାଣନ୍ତୁ..

ଡେସ୍କ: ଆପଣ ଜାଣନ୍ତି କି, ଜଣେ ବ୍ୟକ୍ତିଙ୍କ ଚେହେରା, ଶରୀରର ଆକୃତି, କଥାବର୍ତ୍ତା, ଭାଷା ଶୈଳୀ, ଆଚାର-ବ୍ୟବହାର, ଏପରିକି ତାଙ୍କ କେଶରୁ ମଧ୍ୟ ତାଙ୍କ ପ୍ରକୃତି, ସ୍ୱଭାବ ଏବଂ ମନୋବୃତ୍ତି ବିଷୟରେ ଆକଳନ କରିହେବ। ଜ୍ୟୋତିଷ ଶାସ୍ତ୍ରର ପଣ୍ଡିତମାନଙ୍କ କହିବାନୁସାରେ, ବହୁମୁଖୀ ଜ୍ୟୋତିଷ ଶାସ୍ତ୍ର ଦ୍ବାରା ମଣିଷର ଭବିଷ୍ୟତ, ସ୍ବଭାବ, ପ୍ରବୃତ୍ତି ବିଷୟରେ ସବୁକିଛି ଜାଣିହେବ। ପ୍ରାଚୀନ ମୁନି-ଋଷୀମାନଙ୍କ ଦ୍ବାରା ଗ୍ରହ ନକ୍ଷତ୍ରର ପ୍ରଭାବ ସହିତ ବ୍ୟକ୍ତିଙ୍କ ହସ୍ତରେଖା, ପାଦ ରେଖା ଏବଂ ଶରୀରର ସମସ୍ତ ଅଙ୍ଗର ଶୁଭଅଶୁଭ ଫଳ ସଂହିତା ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି। ସମୟ ସହିତ ଏହି ଜ୍ଞାନ ସାମୁଦ୍ରିକ ଶାସ୍ତ୍ର ନାମରେ ପୃଥକ ଭାବରେ ଜଣାଶୁଣା ହେଲା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସାମୁଦ୍ରିକ ଶବ୍ଦର ଅର୍ଥ ହେଉଛି ଶରୀରର ଲକ୍ଷଣ ଏବଂ ଗୁଣ ବିଷୟରେ ଜାଣିବା।

ଜ୍ୟୋତିଷ ଶାସ୍ତ୍ର କହେ, କେଶକୁ ଦେଖି ଜଣେ ବ୍ୟକ୍ତିଙ୍କ ଗୁଣ, ସ୍ବଭାବ ଏବଂ ମନୋବୃତ୍ତିକୁ ସହଜରେ ଜାଣିହେବ। କେଶ ରୂପରେ ମସ୍ତିଷ୍କର ଚିନ୍ତାଧାରା ମଧ୍ୟ ଦେଖାଯାଇଥାଏ। ସ୍ବଭାବର ପ୍ରତ୍ୟେକ ଦିଗ କେଶର ପ୍ରକୃତିରୁ ଜାଣିହେବ।

- Advertisement -

– ସିଧା କେଶ ଥିବା ବ୍ୟକ୍ତି ସ୍ପଷ୍ଟବାଦୀ, ସରଳ ଓ ଖୋଲା ହୃଦୟର ହୋଇଥା’ନ୍ତି।

– ପ୍ରାଚୀନ ଗ୍ରନ୍ଥ ଅନୁସାରେ କୁଞ୍ଚିତ କେଶ ଥିବା ଲୋକମାନଙ୍କର ନିଷ୍ପତ୍ତି ନେବା କ୍ଷମତାର ଅଭାବ ରହିଥାଏ, କୁଞ୍ଚିତ କେଶ ବ୍ୟକ୍ତି ଅଧୈର୍ଯ୍ୟ, ଦ୍ୱିଧାବୋଧ ଏବଂ ଅସ୍ଥିର ହୋଇଥା’ନ୍ତି।

– ଢେଉ ଢେଉ କେଶ ଥିବା ବ୍ୟକ୍ତିମାନେ ମନୁଆ, ଅତ୍ୟଧିକ କ୍ରୋଧିତ, ପରିଶ୍ରମୀ, କେବଳ ନିଜ ବିଷୟରେ ଚିନ୍ତା କରୁଥିବା ଏବଂ ପରିବର୍ତ୍ତନଶୀଳ ହୋଇଥା’ନ୍ତି, ସେମାନଙ୍କର ମନ ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ହୋଇଥାଏ।

– ଶୁଖିଲା ତଥା ରୁକ୍ଷ କେଶ, ବ୍ୟକ୍ତିଙ୍କ ମସ୍ତିଷ୍କରେ ଅନ୍ତର୍ଦ୍ବନ୍ଦ୍ବର ସଙ୍କେତ ଦେଇଥାଏ। ଏହିପରି ଲୋକମାନେ କମ୍ ମେଳାପୀ ଏବଂ ନିଜ ଇଚ୍ଛା ଅନୁସାରେ ନିଜ ଜୀବନ ଶୈଳୀ ତଥା ଆଖପାଖ ଲୋକଙ୍କୁ ଚୟନ କରିଥା’ନ୍ତି।

– ନରମ ଏବଂ ପତଳା କେଶ ଥିବା ବ୍ୟକ୍ତିଙ୍କ ମନ ନିର୍ମଳ ହୋଇଥାଏ। ସେମାନେ ସରଳ, ଭାବପ୍ରବଣ, ନିରୀହ ହୋଇଥା’ନ୍ତି। ଏପରି ଲୋକଙ୍କ ପ୍ରକୃତି ପିଲାଙ୍କ ପରି ସରଳ ହୋଇଥାଏ। ଏହିପରି ବ୍ୟକ୍ତିମାନେ ଉଚ୍ଚକୋଟିର କଳାକାର, ଦାର୍ଶନିକ କିମ୍ବା ସାମାଜସେବୀ ହୋଇପାରନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories