www.samajalive.in
Sunday, December 14, 2025
14.1 C
Bhubaneswar

ମହାଲେଖା ନିରୀକ୍ଷକ ନିଯୁକ୍ତି ନେଇ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମକୋର୍ଟ

ଡେସ୍କ: ଦେଶରେ ନିଯୁକ୍ତି ପାଉଥିବା ମହାଲେଖା ନିରୀକ୍ଷକଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ବିକାଶ ସିଂଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ। ଏଥିରେ ମହାଲେଖା ନିରୀକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ନ ଥିବା ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟ ମହାଲେଖା ନିରୀକ୍ଷକ ନିଯୁକ୍ତି ପ୍ରକ୍ରିୟା ମୁକ୍ତ, ନିରପେକ୍ଷ ଓ ସ୍ଵଛ କି ନୁହେଁ, ତାହା ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ୟୁଟ୍ୟୁବ୍ ଭିଡିଓ ଦେଖି ନିର୍ମାଣ କଲେ କମ୍ପାନୀ, ମିଳିଲା ୫୦ ଲକ୍ଷ ଟଙ୍କା

- Advertisement -

ଅନୁପମ କୁଳଶ୍ରେଷ୍ଠ ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ଆଇନ ଏବଂ ନ୍ୟାୟ ଓ ଅର୍ଥ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛନ୍ତି। ଏହି ଜନସ୍ୱାର୍ଥ ମାମଲାରେ ମହାଲେଖା ନିରୀକ୍ଷକ ନିଯୁକ୍ତି ପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟା ଭାରତର ସମ୍ବିଧାନର ଆଦେଶ ବିରୁଦ୍ଧ ଏବଂ ଏହା ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନୁହେଁ ବୋଲି ଘୋଷଣା କରିବା ଲାଗି ଅନୁରୋଧ କରାଯାଇଛି।

ମକା ଚଟ୍‌‌ପଟି

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ କ୍ୟାବିନେଟ ସଚିବାଳୟ ସର୍ବୋଚ୍ଚ ସରକାରୀ ଅଡିଟର ନିଯୁକ୍ତି ପାଇଁ ବିଚାର ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ତାଲିକା ପଠାଇଥାନ୍ତି। ପ୍ରଧାନମନ୍ତ୍ରୀ ସଂକ୍ଷିପ୍ତ ତାଲିକାଭୁକ୍ତ ନାମଗୁଡ଼ିକୁ ବିଚାର କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏକୁ ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ସୁପାରିଶ କରନ୍ତି ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମନୋନୀତ ବ୍ୟକ୍ତିଙ୍କୁ ଦେଶର ମହାଲେଖା ନିରୀକ୍ଷକ ଭାବରେ ନିଯୁକ୍ତ କରାଯାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories