www.samajalive.in
Sunday, December 7, 2025
14.1 C
Bhubaneswar

ମର୍ଯ୍ୟାଦାର ସହ ଜିଇଁବାକୁ କିନ୍ନର ସମ୍ପ୍ରଦାୟକୁ ଆହ୍ୱାନ 

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନ ଭିନ୍ନକ୍ଷମ ସଶକ୍ତିକରଣ ମିଳିତ ସହଯୋଗରେ ପରିବାର ପରାମର୍ଶ କେନ୍ଦ୍ର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ କିନ୍ନରମାନଙ୍କ ଅଧିକାର ଓ ଆଇନଗତ ଦିଗ ସମ୍ପର୍କିିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍‌‌ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ମାମୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳକୁ ଆପଣାଇ କିନ୍ନରମାନେ ମର୍ଯ୍ୟାଦାର ସହିତ ଜିଇଁବା ସହ ସ୍ୱାବଲମ୍ବୀଶୀଳ ହେବାକୁ ଆହ୍ୱାନ ଦେଇଥିଲେ। କିନ୍ନରମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣ ସର୍ବଦା ତତ୍ପର ଅଛି ବୋଲି ମୁଖ୍ୟଅତିଥି ସଚିବ ଶ୍ରୀମତୀ ବେହେରା କହିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ଯୋଗଦେଇ କିନ୍ନରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ସ୍ୱୀକୃତି’ ଓ ଅନ୍ୟାନ୍ୟ ଯୋଜନା ଗୁଡିକର କିଭଳି ସଫଳ କାର୍ଯ୍ୟାନ୍ୱୟନ ହୋଇ କିନ୍ନର ମାବେ ଏହାର ସୁଫଳ ପାଇପାରିବେ ସେ ଦିଗରେ ପ୍ରଶାସନ ସର୍ବଦା ସହଯୋଗର ହାତ ବଢ଼଼ାଇ ଆସିଛି ବୋଲି କହିଥିଲେ। ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅୟକ୍ଷ କୁମାର ଚକ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ କିନ୍ନର ମାନେ କିଭଳି ପ୍ରାଧିକରଣ ଓ ପରିବାର ପରାମର୍ଶ କେନ୍ଦ୍ର ମାଧ୍ୟମରେ ସହାୟତା ପାଇ ପାରୁଛନ୍ତି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସ୍ୱର୍ଣ୍ଣଲତା ବେହେରା ଓ ସାମ୍ବାଦିକ ସତ୍ୟଜିତ ମିଶ୍ର ଅତିଥି ଭାବେ ଯୋଗଦେଇ କିନ୍ନରମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସମସ୍ତବର୍ଗର ଲୋକେ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ। ଜିଲାର ବିଭିନ୍ନ ସ୍ଥାନରୁ ୪୩ଜଣ କିନ୍ନର ଯୋଗଦେଇ ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଏହାର କିଭଳି ସ୍ଥାୟୀ ସମାଧାନ କରାଯାଇ ସେମାନଙ୍କୁ ସ୍ୱାଧୀନ ଭାବେ ବଞ୍ଚି ରହିବା ଦିଗରେ ଉଭୟ ପ୍ରାଧିକରଣ ଓ ଜିଲା ପ୍ରଶାସନ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories