ଥାଇଲାଣ୍ଡରେ ୧୦ ହଜାର ଫୁଟ ଉପରେ ଉଡିଲା ପ୍ରଭୁ ଶ୍ରୀରାମଙ୍କ ଧ୍ବଜା, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି । ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି । ରାମଭକ୍ତ ପ୍ରଭୁ ଶ୍ରୀରାମଙ୍କର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏହି ତାଲିକାରେ ଏବେ ଜଣେ ପୂର୍ବତନ ନୌସେନା ଅଧିକାରୀ ଲେଫ୍ଟିନାଣ୍ଟ କମାଣ୍ଡର ରାଜକୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ଦେଖି ଆପଣଙ୍କ ମୁହଁରୁ ମଧ୍ୟ ବାହାରି ଆସିବ ‘ଜୟ ଶ୍ରୀରାମ’ ।
ଭାଇରାଲ ଭିଡିଓରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ଥାଇଲାଣ୍ଡରେ ୧୦,୦୦୦ ଫୁଟ ଉଚ୍ଚତାରୁ ଜୟଶ୍ରୀରାମ ପତାକା ସହିତ ସ୍କାଇଡାଇଭିଂ କରୁଥିବା ନଜର ଆସୁଛନ୍ତି । ଏହି ଦୃଶ୍ୟ ଦେଖି ଲୋକେ ଚକିତ ହୋଇଯାଉଛନ୍ତି ।
Soaring to new heights!
Just witnessed a breathtaking skydiving performance by former Navy officer Lt. Cdr. Rajkumar (Retd) in celebration of #AyodhyaRamMandir's #PranaPratishtha. The #JaiShriRam flag fluttered proudly at 10,000 ft in Thailand! 🪂#PranPratishta #AyodhaRamMandir pic.twitter.com/ecEg5e5LTH— Central Bureau of Communication, Chandigarh (@CBC_Chandigarh) January 24, 2024
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓ @CBC_Chandigarh ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ପ୍ରାୟ ୧୦ ହଜାର ଫୁଟ ଉପରେ ପ୍ରଭୁ ଶ୍ରୀରାମଙ୍କ ପତାକା ଦେଖି ଭକ୍ତ ବିଭୋର ହୋଇପଡୁଛନ୍ତି । ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର୍ସ । ଲାଇକ୍ ଏବଂ କମେଣ୍ଟ କରିବା ସହିତ ଏହାକୁ ସେୟାର କରୁଛନ୍ତି ୟୁଜର୍ସ ।
Comments are closed.