ବୌଦ୍ଧ: ବୌଦ୍ଧ କିଆକଟା ମହାନଦୀ ସେତୁ ଉପରୁ ଜଣେ କଲେଜ ଛାତ୍ରୀ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଅନୁଗୁଳ ଜିଲା କିଆକଟା ଥାନା ଅନ୍ତର୍ଗତ ହେଲେଇ ଗ୍ରାମର ଜଣେ ଛାତ୍ରୀ ବୌଦ୍ଧ ମଡେଲ ଡିଗ୍ରୀ କଲେଜରୁ ସାଇକେଲ ଯୋଗେ ଘରକୁ ଫେରିବା ରାସ୍ତାରେ ଗୁରୁବାର ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ମହାନଦୀ ସେତୁ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ନଦୀରେ ଅଳ୍ପ ପାଣି ଥିବାବେଳେ ଛାତ୍ରୀ ଜଣକ ଭାସିଆସି ନଦୀ ଭିତରେ ଆହତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକମାନଙ୍କ ନିକଟରୁ ଏ ସଂପର୍କରେ ସୂଚନା ପାଇ ବୌଦ୍ଧ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଛାତ୍ରୀଜଣକ ଗୁରୁତର ଆହତ ହୋଇଥିବାବେଳେ ପୁଲିସ ଘଟଣା ସଂପର୍କରେ ତଦନ୍ତ କରୁଥିବା ଜଣାଯାଇଛି।
Popular Categories



