www.samajalive.in
Tuesday, December 9, 2025
16.1 C
Bhubaneswar

ମୋଦୀ ତୁଗଲକ୍‍ ଓ ଯୋଗୀ ଔରଙ୍ଗଜେବ: ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହମ୍ମଦବିନ ତୁଗଲକ୍‍ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔରଙ୍ଗଜେବ ଭଳି କାର୍ଯ୍ୟ କରୁଛନ୍ତି। ତେଣୁ ଏ ଦେଶରେ ତାଲିବାନୀ ବ୍ୟବସ୍ଥା ଚାଲିବ କି ଗଣତନ୍ତ୍ର ଚାଲିବ ତାର ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାଜସ୍ଥାନ ଏବଂ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଗ୍ରହଣ ଚାଲିଥିବାବେଳେ କଂଗ୍ରେସ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ବିଜେପି ଉପରେ ବର୍ଷିଥିଲେ। ଦୁଇ ରାଜ୍ୟର ଭ୍ରଷ୍ଟ କୁଶାସନକୁ ହଟାଇବା ପାଇଁ ଜନତା ଉତ୍ସୁକ ଅଛନ୍ତି। ଡିସେମ୍ବର ୧୧ରେ ଫଳାଫଳ ପ୍ରକାଶ ପାଇବ ଓ ଦେଶରେ ନୂଆ ରାଜନୀତି ଆରମ୍ଭ ହେବ ବୋଲି ସେ କହିଛନ୍ତି।
ର୍ସୂର୍ଯ୍ୟେୱାଲା କହିଛନ୍ତି ଯେ ନିର୍ବାଚନ ହେଉଥିବା ରାଜ୍ୟରେ ବିଜେପି ଜାତି, ଧର୍ମ ଏବଂ ଆଞ୍ଚଳିକତାକୁ ନେଇ ରାଜନୀତି କରୁଛି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ନିର୍ବାଚନରେ ଜିତିବା ପାଇଁ ବିଜେପି ଭଗବାନଙ୍କୁ ଛାଡ଼ିନାହିଁ। ବିଜେପି ଭଗବାନ ହନୁମାନଙ୍କୁ ଜାତି ରାଜନୀତିରେ ପୂରାଇ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି। କିନ୍ତୁ ଦେଶର ଜନତା ବିଜେପିର ବିଭାଜନକାରୀ ରାଜନୀତିରେ ଫସିବେ ନାହିଁ। ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରୁ ସବୁ ଜଣାପଡ଼ିବ ଓ ବିଜେପିର ମୁଖା ଖୋଲିଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories