www.samajalive.in
Sunday, December 7, 2025
14.1 C
Bhubaneswar

ନୋକିଆ-୭.୧ର ବିକ୍ରି ଆରମ୍ଭ : ୧୮ୱାଟର ଚାର୍ଜର ସମ୍ପୂର୍ଣ୍ଣ ମାଗଣା

ନୂଆଦିଲ୍ଲୀ : ନୋକିଆର ସ୍ମାର୍ଟଫୋନ ବଣ୍ଡିଙ୍ଗ କରିବାକୁ ଥିବା କମ୍ପାନୀ ଏଚ୍‍ଏମ୍‍ଡି ଗ୍ଲୋବାଲ ନଭେମ୍ବର ୩୦ରେ ଭାରତରେ ନିଜର ନୂଆ ସ୍ମାର୍ଟଫୋନ ନୋକିଆ ୭.୧ଲଞ୍ଚ୍‍ କରିଥିଲା। ଏବେ ଏହି ଫୋନର ବିକ୍ରି ଭାରତରେ ଆରମ୍ଭ ହୋଇସାରିଛି। ଏହି ଫୋନଟି ଉଭୟ ଅଫଲାଇନ ଏବଂ ଅନଳାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଏଚ୍‍ଡିଆର୧୦ର ସପୋର୍ଟ ମିଳିବ। ଏହାବ୍ୟତୀତ ଏହି ଫୋନରେ ଡୁଆଲ ରିୟର କ୍ୟାମେରା ଏବଂ ଫାଷ୍ଟ ଚାର୍ଜିଙ୍ଗ ଦିଆଯାଇଛି। ଏଥିରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋର ଆଣ୍ଡ୍ରଏଡ ୱାନ ଭର୍ସନ ମିଳିବ। ନୋକିଆ ୭.୧ରେ ୫.୮୪ର ଫୁଲ ଏଚ୍‍ଡି ପ୍ଲସ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ୍‍ ୧୦୮୦/୨୨୮୦ପିକ୍ସଲ ଏବଂ ଆସେପେକ୍ଟ ରେଶିୟୋ ୧୯:୯ରହିଛି। ଡିସପ୍ଲେ ଉପରେ କନିଙ୍ଗ ଗରିଲା ଗ୍ଲାସ-୩ର ପ୍ରୋଟେକ୍ସନ ମଳିବ। ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୩୬ପ୍ରୋସେସର, ୪ଜିବି ରାମ୍‍ ଏବଂ ୬୪ଜିବିର ଷ୍ଟୋରେଜ ମଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ନୋକିଆ ୭.୧ର କ୍ୟାମେରା
ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ। କ୍ୟାମେରା ସହିତ ୨ଫେସ୍‍ ଡିଟେକ୍‍ସନ୍‍ ଏବଂ ଜେଇଏସ୍‍ ଅକ୍ଟିସ ଦିଆଯାଇଛି। ଏହି ଫୋନରେ ୩୦୬୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାସହିତ ୧୮ୱାର୍ଟର ଚାର୍ଜର ମଧ୍ୟ ମଳିବ। ସଂଯୋଗପାଇଁ ଏଥିରେ ଟିପଚିହ୍ନ ସେନସର, ୪-ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍‍, ଏନ୍‍ଏଫସି, ୟୁଏସବି ଟାଇପ-ସି ଏବଂ ୩.୫ଏମ୍‍ଏମର ହେଡପୋନ ଜ୍ୟାକ ମିଳିବ। ଏହାର ମୂଲ୍ୟ ୧୯,୯୯୯ଟଙ୍କା। ଏହି ଫୋନ ସହିତ ଏୟାରଟେଲ ତରଫରୁ ୧ଟିବି ଡାଟା ଏବଂ ୩ମାସ ପାଇଁ ନେଟପିକ୍‍ସଲର ସବ୍ସକ୍ରିସନ, ୧ବର୍ଷ ପାଇଁ ଅମାଜନ ପ୍ରାଇମର ସର୍ଭିସ ମିଳିବ। ଏହି ସୁବିଧା କେବଳ ପୋଷ୍ଟ ପେଡ ୟୁଜର୍ସ ମାନଙ୍କ ପାଇଁ ଉପଲବ୍ଧ ରହିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories