www.samajalive.in
Tuesday, December 9, 2025
16.1 C
Bhubaneswar

ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲା – ୬ ଅଭିଯୁକ୍ତଙ୍କୁ ହାଜତକୁ ପଠାଇଲେ କୋର୍ଟ

ଡେସ୍କ: ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲାରେ ଦିଲ୍ଲିର ପଟିଆଲା ହାଉସ୍‌‌ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଚଳିତ ମାସ ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗତକାଲି ଦିଲ୍ଲୀ ପୁଲିସ୍‌‌ ସେମାନଙ୍କୁ କୋର୍ଟରେ ହାଜର କରାଇଥିଲା। ସେହି ଅଭିଯୁକ୍ତମାନେ ହେଉଛନ୍ତି – ମନୋରଞ୍ଜନ ଡି., ସାଗର ଶର୍ମା, ଲଳିତ ଝା, ଅମୋଲ୍‌‌ ସିନ୍ଦେ, ମହେଶ କୁମାୱତ୍‌‌ ଏବଂ ନିଲମ୍‌‌ ଆଜାଦ।

ଏହି ମାମଲାରେ ପୁଲିସ୍‌‌ ସେମାନଙ୍କୁ ପଚରା ଉଚରା କରୁଥିଲା। ପଟିଆଲା ହାଉସ୍‌‌ କୋର୍ଟର ଅତିରିକ୍ତ ସେସନ୍‌‌ସ ଜଜ୍‌‌ ହରଦୀପ କୌର୍‌‌ ଅଭିଯୁକ୍ତମାନଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ୍‌‌କୁ ପଠାଇଛନ୍ତି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବିଚାର ବିଭାଗୀୟ ହାଜତ୍‌‌କୁ ପଠାଇବା ଲାଗି ଦିଲ୍ଲୀ ପୁଲସ୍‌‌ ପକ୍ଷରୁ ଆବେଦନ କରାଯାଇଥିଲା। ଗତ ଜାନୁୟାରୀ ୫ରେ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ସେମାନଙ୍କ ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ସମ୍ମତି ଦେଇଥିଲେ। ଏହାଛଡ଼ା ଅଭିଯୁକ୍ତ ମନୋରଞ୍ଜନ ଡି. ଏବଂ ସାଗର ଶର୍ମା ନାର୍‌‌କୋ ଆନାଲିସିସ୍‌‌ ଏବଂ ବ୍ରେନ୍‌‌ ମ୍ୟାପିଙ୍ଗ୍‌‌ ପାଇଁ ସମ୍ମତି ଦେଇଥିବା ଜଣାପଡ଼ିଛି।

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ୭୪ ପ୍ରତିଶତ ମୁସଲ୍‌‌ମାନ ଖୁସି – ମୁସ୍‌‌ଲିମ୍‌‌ ରାଷ୍ଟ୍ରୀୟ ମଞ୍ଚ

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୩ରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଅଭିଯୁକ୍ତମାନେ ସୁରକ୍ଷା ବଳୟ ଟପି ଗୃହ ମଧ୍ୟରେ ଏକ ପ୍ରକାର ଧୂଆଁ ଛାଡ଼ିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories