ଟାଙ୍ଗିଆ ଚୋଟରେ ମାଆ ଗୁରୁତର, ପୁଅ ଥାନାରେ ଅଟକ
ପଦ୍ମପୁର: ରାୟଗଡ଼ା ଜିଲା ପଦ୍ମପୁର ଥାନା ଆଖୁସିଙ୍ଗିରେ ଅଭାବନୀୟ ଘଟଣା। ପୁଅର ଟାଙ୍ଗିଆ ଚୋଟରେ ମାଆ ରମ୍ଭା ମିଶାଲ ଗୁରୁତର ହୋଇଛନ୍ତି। ଗୁରୁତର ମା’ଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥବସ୍ଥା ଅତି ଗୁରୁତର ହୋଇପଡ଼ିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏପଟେ ପୁଅକୁ ଥାନାରେ ଅଟକ ରଖିଛି ପଦ୍ମପୁର ପୁଲିସ। ଗତ କିଛି ମାସ ହେବ କୃଷ୍ଣ ମାନସିକ ବିକୃତରେ ପୀଡ଼ିତ ଥିବା ଜଣାପଡ଼ିଛି। ଆଜି ମାଆ ଓ ପୁଅ ଙ୍କ ମଧ୍ୟ ରେ କଥାବାର୍ତ୍ତା ଚାଲିଥିଲା। ସେତେବେଳେ ପୁଅ ରାଗି ଯାଇ ମାଆକୁ ମାରିବା ପାଇଁ ଟାଙ୍ଗିଆ ଧରି ଗୋଡାଇ ଥିଲା। ପଛ ପଟୁ ମୁଣ୍ଡକୁ ପ୍ରହାର କରିଥିଲା। ଘଟଣାସ୍ଥଳରେ ମାଆ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।
Comments are closed.