www.samajalive.in
Sunday, December 7, 2025
14.1 C
Bhubaneswar

ମାତ୍ର ୬ଦିନରେ ୨.୦ଭାଙ୍ଗିଲା ବାହୁବଲିର ରେକର୍ଡ

ନୂଆଦିଲ୍ଲୀ : ସୁପରଷ୍ଟାର ରଜନୀକାନ୍ତ ଏବଂ ଅକ୍ଷୟ କୁମାର ଅଭିନୀତ ଚଳଚ୍ଚିତ୍ର ୨.୦ରିଲିଜ ହେବା ପରଠାରୁୂ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଆସିଛି। ଚଳଚ୍ଚିତ୍ରଟି ରିଲିଜ ହେବା ମାତ୍ରେ ଦର୍ଶକ ମାନେ ଏହାକୁ ବେଶ୍‍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରଟି ମାତ୍ର ୬ଦିନରେ ବାହୁବଲି-ଦ ବିଗିନିଙ୍ଗ ସିନେମାକୁ ପଛରେ ପକାଇଛି। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ୱିଟ ଅନୁସାରେ, ଚଳଚ୍ଚିତ୍ରର ହିନ୍ଦି ଭର୍ସନ ୬ଦିନରେ ୧୨୨.୫୦କୋଟି ଟଙ୍କାର ବ୍ୟବସାୟ କରିସାରିଛି। ଚଳଚ୍ଚିତ୍ରଟି ରିଲିଜ ହେବାର ପ୍ରଥମ ଦିନ ଗୁରୁବାର ୨୦କୋଟି ୨୫ଲକ୍ଷ ଟଙ୍କା ବ୍ୟବସାୟ କରିଥିଲା ସେହିଭଳି ଦ୍ୱିତୀୟ ଦିନ ଶୁକ୍ରବାର ୧୮କୋଟି, ଶନିବାର ୨୫କୋଟି, ରବିବାର ୩୪କୋଟି, ସୋମବାର ୧୩.୭୫କୋଟି, ମଙ୍ଗଳବାର ୧୧.୫୦କୋଟି ଟଙ୍କାର ବ୍ୟବସାୟ କରିଛି। ତେବେ ଅନ୍ୟ ଭର୍ସନକୁ ମିଶାଇଲେ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୧୦୦କୋଟି ଆୟ କରି ସାରିଛି। ବାହୁବଲି-ଦ ବିଗିନିଙ୍ଗର ହିନ୍ଦି ଭର୍ସନର ଲାଇଫଷ୍ଟାଇଲ କଲେକ୍ସନ୍‍ ୧୧୭କୋଟି ଥିଲା। ସିନେମା ୨.୦ରିଲିଜ ହେବାର ୬ଦିନରେ ଏହି ରେକର୍ଡକୁ ଭାଙ୍ଗିସାରିଛି। ଏହା ଭାରତର ସବୁଠାରୁ ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ର। ଏହାର ବଜେଟ୍‍ ପ୍ରାୟ ୬୦୦କୋଟି ରହିଛି। ଏଥିସହିତ ଚଳଚ୍ଚିତ୍ରକୁ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରାଯାଇଛି। ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ, ଅକ୍ଷୟ କୁମାରଙ୍କ ବ୍ୟତୀତ ଏମୀ ଜ୍ୟାକ୍ସନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି।

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories