ନୂଆ ବର୍ଷରେ ଜଷ୍ଟ ଫର ୟୁ ପକ୍ଷରୁ କମ୍ବଳ ବଣ୍ଟନ
ଆଠଗଡ: ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବାସଂଘ ପକ୍ଷରୁ ନୂତନ ବର୍ଷକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ସଂଗଠନର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ସୁଧାଂଶୁ ଶେଖର ସାହୁ ଓ ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଅନୁଷ୍ଠାନର କର୍ମକର୍ତ୍ତା ରାଧାଗୋବିନ୍ଦପୁର ପଞ୍ଚାୟତର ସୁଧାଂଶୁମୋହନପୁରର ଅସହାୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧିନ ରୋଗୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ୫୦ରୁ ଉର୍ଦ୍ଧ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିବାବେଳେ ସେମାନେ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ। ଅନୁଷ୍ଠାନର ସଂଗଠନ ସଂପାଦକ ପାୟତ ବର୍ମା ଓ କର୍ମକର୍ତ୍ତା ଅମ୍ଳାନ ପରିଡା, ସସ୍ମିତା ଦାସ ଓ ଅନ୍ୟ ସଦସ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.