ଡ୍ୟାମ ପାଣିରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ
ନୀଳିଗିରି: ନୀଳଗିରି ଥାନା ସିଡ଼ିଆମାଳ ଗାଁର ବୁଗାଳିବନ୍ଧ ଡ୍ୟାମରେ ଅଘଟଣ। ସିଡ଼ିଆମାଳ ଗାଁର ବୁଗାଳିବନ୍ଧ ଡ୍ୟାମ ପାଣିରେ ୧୦ରୁ ଅଧିକ ପର୍ଯ୍ୟଟକ ଫସିଯାଇଥିବା ସୂଚନା ମିଳିଛି। ମାଟି ହାଣ୍ଡି ଭେଳା ଭାଙ୍ଗିଯିବାରୁ ବୁଗାଳିବନ୍ଧ ଡ୍ୟାମରେ ଫସିଯାଇଥିଲେ। ପର୍ଯ୍ୟଟକମାନେ ଜଙ୍ଗଲରୁ ଡ୍ୟାମ ଦେଇ ରିସର୍ଟ ଯାଉଥିବାବେଳେ ଅଘଟଣ ଘଟିଥିଲା। ମାଟି ହାଣ୍ଡି ଭେଳାରେ ଟଣା ହୋଇଯିବାବେଳେ ଭେଳାଟି ଭାଙ୍ଗିଗଲା ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ପର୍ଯ୍ୟଟକମାନଙ୍କୁ ଉଦ୍ଧା କରିଥିବା ଜଣାପଡ଼ିଛି।
Comments are closed.