www.samajalive.in
Wednesday, December 10, 2025
17.1 C
Bhubaneswar

୨୦୦୨ ଦଙ୍ଗା ମାମଲା: ମୋଦୀଙ୍କୁ କ୍ଲିନଚିଟ୍‍ ବିରୋଧୀ ମାମଲାର ଶୁଣାଣି ଜାନୁଆରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି)ର କ୍ଲିନଚିଟ୍‍ ବିରୋଧରେ ହୋଇଥିବା ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ଅଧିକ ବଳିଷ୍ଠ ପ୍ରମାଣ ଉପସ୍ଥାପନ ଲାଗି ଆବେଦନକାରୀ ଜାକିଆ ଜାଫ୍ରିଙ୍କ ଓକିଲ ଅଧିକ ସମୟ ଲୋଡିବାରୁ ବିଚାରପତି ଏ.ଏମ୍‍. ଖାନୱିଲକର ଏବଂ ହେମନ୍ତ ଗୁପ୍ତାଙ୍କ ପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହରେ ହେବ। ୨୦୦୨ରେ ଗୋଧ୍ରା ଟ୍ରେନ୍‍ ପୋଡି ଘଟଣା ପରେ ସୃଷ୍ଟ ଏହି ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୋଦୀଙ୍କୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏସ୍‍ଆଇଟି ପୂର୍ବରୁ ୯ ଘଣ୍ଟା ଜେରା କରିଥିଲା। କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭଳି କୋଔର ପ୍ରମାଣ ନ ଥିବା ଦର୍ଶାଇ ମୋଦୀଙ୍କ ସମେତ ୫୮ ଜଣଙ୍କୁ ଏସ୍‍ଆଇଟି କ୍ଲିନଚିଟ୍‍ ପ୍ରଦାନ କରିଥିଲା। ମାତ୍ର ଏହି ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ନେତାଙ୍କ ପତ୍ନୀ ଜାକିଆ ଏସ୍‍ଆଇଟିର ଏହି ନିଷ୍ପତ୍ତିକୁ ୨୦୧୭ ଅକ୍ଟୋବର ୫ରେ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଜାକିଆ ଯେଭଳି ଦର୍ଶାଉଛନ୍ତି ସେଭଳି କିଛି ବୃହତ ଷଡ଼ଯନ୍ତ୍ର ଏହି ଦଙ୍ଗା ପଛରେ ନାହିଁ ବୋଲି ହାଇକୋର୍ଟ ବିଚାରପତି ସୋନିଆ ଗୋକାନୀ ରାୟ ଦେଇଥିଲେ। ଏଥିସହ ଜାକିଆ ଚାହିଁଲେ ମାଜେିଷ୍ଟ୍ରେଟ୍‍ଙ୍କ କୋର୍ଟ ଅଥବା ସୁପ୍ରିମକୋର୍ଟରେ ସାନି ତଦନ୍ତ ଲାଗି ଆବେଦନ କରିପାରିବେ ବୋଲି ବିଚାରପତି କହିଥିଲେ। ପରେ ଜାକିଆ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ।
ତେବେ ଜାକିଆଙ୍କ ଆବେଦନରେ ସହଆବେଦନକାରୀ ହେବା ନେଇ ସାମାଜିକ କର୍ମୀ ତିସ୍ତା ସେତଲଭାଦଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ମଧ୍ୟ ପୀଠ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ ଜାକିଆଙ୍କ ଆବେଦନ ବିଚାରଯୋଗ୍ୟ ନୁହେଁ ବୋଲି ଏସ୍‍ଆଇଟିର ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରହତୋଗୀ ଦର୍ଶାଇଥିଲେ। ଏଥିସହ ସେ ତିସ୍ତାଙ୍କ ଆବେଦନକୁ ମଧ୍ୟ ବିରୋଧ କରିଥିଲେ। ଜାକିଆ କୌଣସି ଗୋଟିଏ ସତ୍ୟପାଠ ଦାଖଲ କରି ନାହାନ୍ତି; ବରଂ ସମସ୍ତ ସତ୍ୟପାଠ ତିସ୍ତା ଦାଖଲ କରିଛନ୍ତି ବୋଲି ରହତୋଗି ଦର୍ଶାଇଥିଲେ। ମାତ୍ର ମୁଖ୍ୟ ଆବେଦନକାରୀ ୮୦ ବର୍ଷ ବୟସ୍କ ବୃଦ୍ଧ ହୋଇଥିବାରୁ ତାଙ୍କୁ ସହଯୋଗ କରିବା ନିମନ୍ତେ ତିସ୍ତାଙ୍କୁ ମାମଲାର ଦ୍ୱିତୀୟ ଆବେଦନକାରୀ କରାଯିବା ଦରକାର ବୋଲି ଆଇନଜୀବୀ ସି.ୟୁ. ସିଂହ ଯୁକ୍ତି ବାଢିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories