www.samajalive.in
Monday, December 8, 2025
14.1 C
Bhubaneswar

କ୍ରମାଗତ ଦ୍ୱାଦଶ ଦିନ କମିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସର ପ୍ରଭାବ ଭାରତୀୟ ତେଲ ବଜାରରେ ପଡିଛି। ଫଳରେ ସୋମବାରକୁ ମିଶାଇ କ୍ରମାଗତ ଦ୍ୱାଦଶ ଦିନ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି। ସୋମବାର ସଂଶୋଧନ ସହ ପେଟ୍ରୋଲ ଦର ଲିଟର ପିଛା ୩୦ରୁ ୩୫ ପଇସା ହ୍ରାସ ପାଇଥିବାବେଳେ ଡିଜେଲ ଦର ୪୦ ପଇସା ହ୍ରାସ ପାଇଛି। ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୨ ଟଙ୍କା ୨୩ ପଇସାରୁ ହ୍ରାସ ପାଇ ୭୧ ଟଙ୍କା ୯୩ ପଇସା ରହିଛି। ସେହିପରି ଡିଜେଲ ଦର ୬୭ ଟଙ୍କା ୨ ପଇସାରୁ ହ୍ରାସ ପାଇ ୬୬ ଟଙ୍କା ୬୬ ପଇସା ରହିଛି। ଭାରତୀୟ ଅର୍ଥନୈତିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଦର ଲିଟର ପିଛା ୭୭ ଟଙ୍କା ୮୦ ପଇସାରୁ ହ୍ରାସ ପାଇ ୭୭ ଟଙ୍କା ୫୦ ପଇସା ରହିଛି। ଡିଜେଲ ଦର ଲିଟର ପିଛା ୩୮ ପଇସା ହ୍ରାସ ପାଇ ୬୯ ଟଙ୍କା ୭୭ ପଇସା ହୋଇଛି। ଚେନ୍ନଇରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୯୪ ପଇସାରୁ ୭୪ ଟଙ୍କା ୬୩ ପଇସାକୁ ହ୍ରାସ ପାଇଛି। ଡିଜେଲ ଦର ଲିଟର ପିଛା ୩୯ ପଇସା ହ୍ରାସ ପାଇ ୭୦ ଟଙ୍କା ୩୮ ପଇସା ରହିଛି। କଲକାତାରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୨୫ ପଇସାରୁ ହ୍ରାସ ପାଇ ୭୩ ଟଙ୍କା ୯୪ ପଇସା ହୋଇଛି। ଡିଜେଲ ଦର ଲିଟର ପିଛା ୩୬ ପଇସା ହ୍ରାସ ପାଇ ୬୮ ଟଙ୍କା ୩୯ ପଇସା ରହିଛି।
ଆଉ ମାତ୍ର କିଛି ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପୁନଃ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧରେ ହ୍ରାସର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡ଼ିବ ଏବଂ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ତେଣୁ ଆଉ ମାତ୍ର କିଛି ଦିନ ମଧ୍ୟରେ ପୁନଃ ତେଲ ଦରରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେବ ବୋଲି ଆଶଙ୍କା କରାଯାଉଛି। କାରଣ ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ୫% ବୃଦ୍ଧି ଘଟିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories