www.samajalive.in
Monday, December 8, 2025
16.1 C
Bhubaneswar

‘ଗୁଜରାଟର ଅଯୋଗ୍ୟ ଅମଲାଙ୍କୁ କେନ୍ଦ୍ରରେ ଥଇଥାନ କରାଯାଇଛି’

ଅମରାବତୀ : ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ତେଲୁଗୁଦେଶମ୍‍ ପାର୍ଟି ନେତା ଏନ୍‍. ଚନ୍ଦ୍ରବାବୁ ନାଇଡୁ ବିଜେପି ତଥା କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ‘କେନ୍ଦ୍ର ସରକାର ଗୁଜରାଟ ପାହ୍ୟାର ଅଯୋଗ୍ୟ ଅମଲାତାନ୍ତ୍ରିକ ଅଧିକାରୀମାନଙ୍କୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରିଥିବାବେଳେ ସେମାନଙ୍କ ଯୋଗୁଁ କେନ୍ଦ୍ରର ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଓ ପ୍ରଶାସନର ମନୋବଳ ଭାଙ୍ଗିଯାଇଛି। ସେମାନଙ୍କ ଯୋଗୁଁ ସର୍ବଭାରତୀୟସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଦୁର୍ବଳ ହୋଇପଡ଼ିଛନ୍ତି। ଗୁଜରାଟ ଏକ ଛୋଟ ରାଜ୍ୟ, ଦିଲ୍ଲୀ ହେଉଛି ଦେଶର ରାଜଧାନୀ। ଏଠାକାର ପ୍ରଶାସନ ୨୯ଟି ରାଜ୍ୟର ହାନିଲାଭ ବୁଝନ୍ତି। ଗୋଟିଏ ଛୋଟ ସ୍ଥାନରୁ ଯଦି ସବୁ ଅଧିକାରୀଙ୍କୁ ଆଣି ବଡ଼ ସ୍ଥାନରେ ଥଇଥାନ କରାଯାଏ; ତାହାହେଲେ ସମଗ୍ର ପ୍ରଶାସନ ସ୍ୱାଭାବିକ ଭାବେ ଦକ୍ଷତା ହରାଇବ’ ବୋଲି ନାଇଡୁ କହିଛନ୍ତି। ପୂର୍ବରୁ ବିଭିନ୍ନ ରାଜ୍ୟର ସୁଦକ୍ଷ ଅଧିକାରୀମାନଙ୍କୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଉଥିଲା; ଏବେ ସେଭଳି ହେଉ ନାହିଁ। ଦକ୍ଷତା ନୁହେଁ; ବ୍ୟକ୍ତିଗତ ସମ୍ପର୍କ ପରିମାପରେ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଉଛି। ସେମାନେ ଗୁରୁଦାୟିତ୍ୱ ମୁଣ୍ଡାଇ ପାରିବେ କି ନାହିଁ ତାହା ବିଚାର କରାଯାଉ ନାହିଁ ବୋଲି ସେ କହିଛନ୍ତି। ଅମରାବତିଠାରେ ଅନୁଷ୍ଠିତ ଜିଲାପାଳ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ନାଇଡୁ ଏଭଳି ଆକ୍ଷେପ କରିଛନ୍ତି। ଏହି ସମ୍ମିଳନୀରେ ସେ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ମୂଲ୍ୟାୟନ ସମ୍ପର୍କରେ ଆଲୋଚନା କରାଯାଇଛି। ତାଙ୍କ ସରକାର ଏଥିପାଇଁ ଏକ ଅଭିନବ କୌଶଳ ଅପଣାଇଥିବାବେଳେ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ସବୁଠୁ କଦର୍ଯ୍ୟ ବୋଲି ନାଇଡୁ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories