www.samajalive.in
Monday, December 15, 2025
24.1 C
Bhubaneswar

ଗୁଣାତ୍ମକ ଶିକ୍ଷା – ଜଣେ ହିନ୍ଦୀ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ

ରେଙ୍ଗାଲିକ୍ୟାମ୍ପ: ଜଣେ ମାତ୍ର ହିନ୍ଦୀ ଶିକ୍ଷକଙ୍କ ଦ୍ୱାରା ଚାଲିଛି ପାଠପଢା। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୁକୁରା ପଞ୍ଚାୟତର କୁଲିତା ଟୁକୁରା ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଦୁଇଟି ଶ୍ରେଣୀରେ ୩୬ ଜଣ ଓ ୪୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏକମାତ୍ର ଶିକ୍ଷକ ଦୁଇଟି ଶ୍ରେଣୀର ସାହିତ୍ୟ, ଗଣିତ, ଇଂରାଜୀ, ବିଜ୍ଞାନ ଆଦି ବିଷୟ ପଢାଉଛନ୍ତି। ସ୍କୁଲ ପାଇଁ ୮ଜଣ ଶିକ୍ଷକ, ଜଣେ ଖେଳ ଶିକ୍ଷକ, ଦୁଇଜଣ ପିଅନ ଓ ଜଣେ ରାତ୍ର ଜଗୁଆଳି ପଦବୀ ରହିଥିବା ସ୍ଥଳେ ଏବେ ଜଣେ ଶିକ୍ଷକ, ଦୁଇଜଣ ପିଅନ ଓ ରାତ୍ର ଜଗୁଆଳି ଅଛନ୍ତି। ଗତ ମେ ମାସ ୨୦୨୩ରେ ପ୍ରଧାନ ଶିକ୍ଷକ ଓ ଜୁନ ମାସରେ ଖେଳ ଶିକ୍ଷକ ଅବସର ଗ୍ରହଣ କରିବା ପରେ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କରାଯାଇ ନ ଥିବାରୁ ଛାତ୍ରୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଉଥିବା ଅଞ୍ଚଳବାସୀ କହନ୍ତି। ଆଉ କେଇଟା ମାସ ପରେ ଦଶମ ଶ୍ରେଣୀ ପିଲା ମାଟ୍ରିକ ପରୀକ୍ଷା ଦେବେ। ହେଲେ ବିନା ପାଠ ପଢାରେ ସେମାନେ କେମିତି ପରୀକ୍ଷା ଦେବେ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories