www.samajalive.in
Sunday, December 14, 2025
23.1 C
Bhubaneswar

ସାହାରପଡାରେ ରାହାସ ପୂଜା ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟ ରାହାସ ପୂଜା ମଣ୍ଡପରେ କେଉଁ କାଳରୁ ରାଧାକୃଷ୍ଣ ପୂଜା ପାଇ ଆସୁଛନ୍ତି। ରବିବାର ସଂଧ୍ୟା ସମୟରେ ପ୍ରଧାନସାହି ନିକଟ ପୋଖରୀରୁ ୭ ଟି ଘଟ ପୂଜା ହୋଇ ପୂଜା ମଣ୍ଡପକୁ ଅଣାଯାଇ ବିଧିବଦ୍ଧ ଭାବେ ପୁରୋହିତ ଅଜୟ ଦାଶ ଏବଂ କର୍ତ୍ତା ଭାବେ ଜମ୍ବେଶ୍ୱର ଦାସ ପୂଜା କାର୍ଯ୍ୟ କରିଥିଲେ। ଏହି ପୂଜା ୩ ଦିନ ଧରି ନିରାଡମ୍ବର ଭାବେ ଚାଲିଥିଲା। ସକାଳ ଓ ସଂଧ୍ୟା ସମୟରେ ପ୍ରତେକ ଦିନ ରାଧାକୃଷ୍ଣଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି। କମିଟି ପକ୍ଷରୁ ପ୍ରତେକ ଦିନ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖିଚୁଡ଼ି ଓ ତରକାରୀ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଏହି ପୂଜା ଉପଲକ୍ଷେ ଲୋକ ମାନଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମରେ ସିଂହବାହିନୀ ଅପେରା ୩ ଦିନ ହେବାକୁ ଯାଉଛି। ମଙ୍ଗଳବାର ଦିନ ଆରମ୍ଭ ହୋଇ ଗୁରୁବାର ଦିନ ଶେଷ ହେବାକୁ ଥିବା ବେଳେ ମିନା ବଜାର ରେ ଲୋକଙ୍କ ଗହଳି ଆରମ୍ଭ ହୋଇଯାଇଛି। ତେବେ ଏହି ବର୍ଷ ସଭାପତି ଭାବେ ଦୟାନିଧି ମହାନ୍ତ ଏବଂ ସମ୍ପାଦକ ଭାବେ ଜଗଦୀଶ ମହାନ୍ତ ପୂଜା କାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଯୋଗେଶ୍ୱର ଲେୟାଙ୍ଗି, ହିମାଂଶୁ ଶେଖର ଦିଗାର, ପ୍ରଭାକର ପାତ୍ର, ମନରଞ୍ଜନ ଦିଗାର, କୃଷ୍ଣ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ମହାନ୍ତ ଏବଂ କମିଟିର ଅନ୍ୟ ସଦସ୍ୟ ମାନେ ସମ୍ପୂର୍ଣ ସହଯୋଗ କରୁଥିବା ବେଳେ ଉପଦେଷ୍ଟା ଭାବେ କଳ୍ପତରୁ ମିଶ୍ର, ଗୌରହରି ଦାସ, ଦୈତାରୀ ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ଜାକଜମକରେ ରାହାସ ପୂଜା ଅନୁଷ୍ଠିତ ହେଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories