ଗୁଣପୁର: ଗଜପତି ଅଞ୍ଚଳରେ ଦେଖା ଦେଇଥିବା ବାଘକୁ ନେଇ ବର୍ତମାନ ରାୟଗଡା ଜିଲା ମୁନିଗୁଡା ଓ ଗୁଡାରୀ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରାଯାଇଛି। ଗଜପତି ଜିଲାରେ କିଛି ଦିନ ଧରି ଆର ଉଦୟଗିରି ଅଞ୍ଚଳରେ ଏହି ବାଘ ଆତଙ୍କ ଦେଖାଦେଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ଲାଗ ଯାଇଥିବା ଟ୍ରାପ୍ କ୍ୟାମରାରେ ବାଘର ଫଟୋ କଏଦ୍ ହୋଇଥିଲା। ଗତ ସଂନ୍ଧ୍ୟାରେ ଏହି ମହାବଳ ବାଘ ଆର୍ ଉଦୟଗିରି ସୀମା ଅତିକ୍ରମ କରି ରାୟଗଡା ମଧ୍ୟରେ ବାଘ ପ୍ରବେଶ କରିଥିବା ଗଜପତି ବନ ବିଭାଗ ସୂଚନା ପ୍ରଦାନ କରିଛି।
Popular Categories



