BJD Bijuli 480×75 Mob

ଉଜୁଡି ଯାଇଛି ଧାନ ଚାଷ – ଚାଷୀଙ୍କର ଭେଳା ବୁଡିଲାଣି

BJD Bijuli 480×75 Mob

ରାମନାଗୁଡା – ଜଳ ସେଚନ ଅଭାବରୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ଅନେକ ପଞ୍ଚାୟତରେ ଜମି ଫାଟି ଆଁ । ପୋଡ଼ିଗଲାଣି ଧାନ ଗଛ । ମରୁଡ଼ିରେ ଆଶଙ୍କାରେ ଚାଷୀ । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନ ରୋଇ ଥିଲେ ତାହା ଫାଟି ଆଁ କରିଛି ।ଚଳିତବର୍ଷ ନିଅଁଣ୍ଟିଆ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀକୂଳ।ବ୍ଲକର ଅନେକ ଧାନଜମିରେ ଦେଖିବାକୁ ମିଳିଛି ମରୁଡି ସ୍ଥିତି।

ଏଭଳି କ୍ଷେତ୍ରରେ ଚାଷୀ ଧାରକରଜ କିଭଳି ସୁଝିବେ ଏନେଇ ଚିନ୍ତାରେ ଚାଷୀକୂଳ।ଏଭଳି କ୍ଷେତ୍ରରେ ରୁଗୁଡୁବାଇ ଚାଷୀ ରଘୁନାଥ କଣ୍ଡାଗରୀ ପ୍ରାୟ ୩ଏକର ପରିମିତ ଜମିରେ ଧାନ ଫସଲ କରିଥିଲେ।ସ୍ବଳ୍ପ ବୃଷ୍ଟିପାତ ଅଭାବରୁ ଧାନ ଜମି ପୋଡ଼ି ଯାଇଥିବା କହିଛନ୍ତି। ବ୍ୟାଙ୍କରୁ ରୂଣ କରି ଧାନ ଫସଲ କରିଥିବା ଚାଷୀ କିଭଳି ପରିଶୋଧ କରିବେ ତାହାକୁ ନେଇ ଚିନ୍ତାରେ ଚାଷୀକୂଳ।ତେବେ ରାମନାଗୁଡା ବ୍ଲକର ରୁଗୁଡବାଇ,ତୁମ୍ବାକଣା,ଢେପାଗୁଡା ଆଦି ବିଭିନ୍ନ ସ୍ଥାନରେ ଚାଷଜମିରେ ମରୁଡି ପରିସ୍ଥିତି ଦେଖାଦେଇଛି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଚାଷୀଙ୍କ ମେରୁଦଣ୍ଡ ଦୋହାଲାଇ ଦେଇଥିବା ବେଳେ ଏବେ ସମ୍ପର୍ଣ୍ଣ ଅଞ୍ଚଳରେ ମରୁଡି ସ୍ଥିତି ଦେଖାଦେଇଛି।ରାମନାଗୁଡାବ୍ଲକରସୁଣ୍ଡିଢାମୁଣି,ଗୁଲୁଣ୍ଟି,ଗୋଗୁପାଡୁ,ନିଲାମଗୁଡା ଅନେକ ପଞ୍ଚାୟତରେ ଜମି ଫାଟି ଆଁ ।

ପୋଡ଼ିଗଲାଣି ଧାନ ଗଛ । ମରୁଡ଼ିରେ ଆଶଙ୍କାରେ ଚାଷୀ । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ହେକ୍ଟର ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନ ରୋଇ ଥିଲେ ତାହା ଫାଟି ଆଁ କରିଛି । ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ଯଥେଷ୍ଟ ପରିମାଣର ପାଣି ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡ଼ି ଯାଇଛି । ପୁଣି ଯେଉଁ କେତେକ ଜମିରେ ଧାନ ଗଛ ବଞ୍ଚିଛି ସେଥିରେ ଧାନ କେଣ୍ଡା ନାହିଁ । ତେଣୁ ଚାଷି ଚିନ୍ତାରେ ଚଳିତ ବର୍ଷ କଣ ଖାଇବେ ଆଉ ଚାଷ ପାଇଁ ଆଣିଥିବା ରୁଣ ଭାର ସୁଝିବେ କିପରି ।ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ଯଥେଷ୍ଟ ପରିମାଣର ପାଣି ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡ଼ି ଯାଇଛି । ପୁଣି ଯେଉଁ କେତେକ ଜମିରେ ଧାନ ଗଛ ବଞ୍ଚିଛି ସେଥିରେ ଧାନ କେଣ୍ଡା ନାହିଁ । ତେଣୁ ଚାଷି ଚିନ୍ତାରେ ଚଳିତ ବର୍ଷ କଣ ଖାଇବେ ଆଉ ଚାଷ ପାଇଁ ଆଣିଥିବା ରୁଣ ଭାର ସୁଝିବେ କିପରି ।ରାମନାଗୁଡା ବ୍ଲକର ୬ଟି ପଞ୍ଚାୟତରେ ଜଳ ଅଭାବ ଫଳରେ ଧାନ ଜମି ଫାଟି ଆଁ କରିଛି । ରୁଆ ଯାଇଥିବା ଧାନ ଗଛ ସମ୍ପୁର୍ଣ ରୁପେ ପୋଡି ଯାଇଥିବା ବେଳେ ଚାଷି ମୁଣ୍ଡରେ ଚଡ଼କ ପଡ଼ିଛି ।

ଚଳିତ ବର୍ଷ କଣ ଖାଇବେ, କେମିତି ପରିବାର ଚଳିବ ଓ କିପରି ରୁଣ ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବଡ଼ କଥା ହେଉଛିରାମନାଗୁଡା ବ୍ଲକର ଅଧିକାଂଶ ପଂଚାୟତରେ ଜଳ ସେଚନ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ସରକାର । ଚାଷ ଜମିକୁ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ହେଲେ ବିଭାଗିୟ ଅଧିକାରିଙ୍କ ଅବହେଳା ଓ ଅବ୍ୟବସ୍ଥା ଫଳରେ ତାହା ଚାଷିଙ୍କ କାମରେ ଆସୁନି । ଏହି ଭଳି ସ୍ଥିତିରେ ଧାନ ଫସଲ ପୋଡି ନଷ୍ଟ ହୋଇ ଯାଇଥିବା ପଞ୍ଚାୟତକୁ ମରୁଡି ଘୋଷଣା କରି ସରକାରି ସହାୟତା ଯୋଗାଇ ଦେବା ପାଇଁ ଚାଷି ଦାବି କରିଛନ୍ତି ।

Comments are closed.