୫-ଟି ଶତ୍ରୁଘ୍ନନାଥ ସ୍କୁଲରେ ଶିକ୍ଷାଦାନ ସ୍ଥିତି ଦୟନୀୟ
୨ ମାସ ପରେ ମାଟ୍ରିକ ପରୀକ୍ଷା -୫ ମାସ ହେଲା ବିଜ୍ଞାନ-ଗଣିତ ପଢ଼ା ଠପ
ବାଲେଶ୍ବର: ସୋର କେଶରୀପୁର ଶତ୍ରୁଘ୍ନନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶୈକ୍ଷିକ ବାତାବାରଣ ନଷ୍ଟ କରି ଚାଲିଥିବା ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁରୁ ଦାସ ପାଢ଼ୀଙ୍କ ବଦଳି ଦାବି ବାବଦ ଉଚିତ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିଦ୍ଦେର୍ଶ ପରେ ବି ଜିଲା ଶିକ୍ଷା ଅଧିକାରୀଙ୍କ ନୀରବତା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି। ୫-ଟିରେ ରୂପାନ୍ତରିତ ଏହି ବିଦ୍ୟାଳୟେର ଶିକ୍ଷାଦାନରେ ଚରମ ଅବହେଳାକୁ ନେଇ ସପ୍ତମ ଥର ପାଇଁ ଏସ୍ଏମ୍ଡିସି ସଦସ୍ୟ, ଆଲୁମିନି କମିଟିର କର୍ମକର୍ତ୍ତା ତଥା ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଗୁରୁବାରସଂଧ୍ୟାରେ ଜିଲାପାଳ ଦତାତ୍ରୟ ଭାଉ ସାହେବ ଶିନ୍ଦେ ଓ ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସଙ୍କୁ ସାକ୍ଷାତ କରିଥିଲେ। ଦୀର୍ଘ ୫ ମାସ ଧରି ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରୁ ନଥିବା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପାଢ଼ୀଙ୍କ ବାବଦରେ ତଦନ୍ତଚାଲିଥିବା ବେଳେ ଖୁବ ଶୀଘ୍ର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଲିାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଏମିତିକି ଜିଲାର କେଉଁ ସ୍କୁଲରେ ପଦ ଖାଲି ଅଛି ଜଲିା ଶିକ୍ଷାଧିକାରୀ ଜଣାଇବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜଲିା ଶିକ୍ଷାଧିକାରୀ ଶ୍ରୀମତୀ ଦାସ ଅସହାୟତା ପ୍ରକାଶ ସହ ଏବେ ଇଲେକ୍ସନ କାମ ଆରମ୍ଭ ହୋଇଥିବା ବେଳେ ଶିକ୍ଷକଙ୍କୁ ଅଦଳ ବଦଳ ନ କରିବାକୁ ଜଲିାପାଳ ତାଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ତେବେ କର୍ତ୍ତବ୍ୟରେ ଅବହେଳା କରୁଥିବା ପ୍ରଧାନଶିକ୍ଷକଙ୍କୁସେଠାରୁ ବାହାର କରି ଆଣିଲେ
ବି ତାଙ୍କ ସ୍ଥାନରେ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତ ଦେବା ସହଜ ନୁହେଁ ବୋଲି ଶ୍ରୀମତୀ ଦାସ ଗ୍ରାମବାସୀଙ୍କୁ କହିଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଆଦେଶ ମତେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ଏ ସମ୍ପର୍କରେ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟାଳୟର ଏଭଳି ଅବସ୍ଥା ପାଇଁ ସେ ଜଲିାପାଳଙ୍କୁ ଦାୟୀ କରିଛନ୍ତି। ବିଦ୍ୟାଳୟର ଶୈକ୍ଷିକ ବାତାବାରଣ ନଷ୍ଟ କରୁଥିବା ସମ୍ପୃକ୍ତ ଭାରପ୍ରାପ୍ତ
ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତଦନ୍ତ ସହ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଜଲିାପାଳଙ୍କୁ ପୂର୍ବରୁ କହିସାରିଛନ୍ତି। ମାତ୍ର ସେ ଅଦ୍ୟାବଧି କାହିଁକି ପଦକ୍ଷେପ ନେଇ ନାହାନ୍ତିବୋଲି ବିଧାୟକ ଶ୍ରୀ ଧଡ଼ା ପାଲଟା ପ୍ରଶ୍ନ କରିଛନ୍ତି। ତେବେ ଏହି ୫-ଟି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୧୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଓ ଗଣିତ ଶିକ୍ଷାଦାନ କ୍ଷେତ୍ରରେ ସୃଷ୍ଟିହୋଇଥିବା ଅନ୍ତରାୟ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ବିଜ୍ଞାନ ଓ ଗଣିତ ଶିକ୍ଷାଦାନ ପାଇଁ ନିଯୁକ୍ତ ଶିକ୍ଷକ ଶ୍ରୀ ପାଢ଼ୀ ପ୍ରଧାନ ଶିକ୍ଷକର ଦାୟିତ୍ବନେବା ପରଠାରୁ ପାଠ ପଢ଼ାଇବା କଥା ଭୁଲି ନିଜକୁ ସେର୍ବସର୍ବା ଭାବି ମନଇଚ୍ଛା କାର୍ଯ୍ୟ କରିବାକୁନେଇ ଗ୍ରାମବାସୀମାନେ ଗୁରୁତର ଅଭିଯୋଗ ଆଣିଥିଲେ। ଅଭିଯୋଗ ମୁତାବକ, ଶ୍ରୀ ପାଢ଼ୀ ଦୀର୍ଘ ୧୭ବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷକତା କରି ଆସଛୁନ୍ତି। ଚଳିତ ବର୍ଷ ଏପ୍ରିଲରୁସେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କଠାରୁବେଆଇନ ଭାବେ ଟଙ୍କା ଆଦାୟ କରିବା, ୫ ମାସ ଧରି ଗଣିତ ଓ ବିଜ୍ଞାନ ବିଷୟରେ ଆଦୌ ପାଠ ନପଢ଼ାଇବା, ପ୍ରତ୍ୟହ ବିଦ୍ୟାଳୟକୁ ବିଳମ୍ବରେ ଆସିବାକୁ ନେଇ ତାଙ୍କୁ ଏସ୍ଏମ୍ଡିସି ସଦସ୍ୟ, ଆଲୁମିନିର କର୍ମକର୍ତ୍ତା, ଅଭିଭାବକ ପ୍ରଶ୍ନ କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ ଶ୍ରୀ ପାଢ଼ୀ ସମସ୍ତଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମବାସୀ ଜିଲାପାଳ ଓ ଜଲିା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ କିଛି ସଫୁଳ ନମିଳିବାରୁ ଶେଷରେ ମୁଖ୍ୟମନ୍ତ୍ରୀ (ସିଏମ୍ଓ), ୫-ଟି ଅଧ୍ୟକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଲିଖିତ ଅବଗତ କରିଥିଲେ। ଏପରିକି ସିଏମ୍ଓକୁ ମଧ୍ୟ ଘଟଣା ସଂପର୍କରେ ଟ୍ଟ୍ବି କରାଯାଇଥିଲା। ତାହା ଉପରେ ପଦକ୍ଷେପ ନେବାକୁଜଲିାପାଳଙ୍କୁ ଏନେଇ ରିଟ୍ଟ୍ବି କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନଯିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ସୃଷ୍ଟି କରିଛି। ଏମିତିକି ଗତ ଶନିବାର ସକାଳେ ଏସ୍ଏମ୍ଡିସି ସଦସ୍ୟ, ଆଲୁମିନି କମିଟି କର୍ମକର୍ତ୍ତା, ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ମଧ୍ୟ ପକାଇଥିଲେ। ଏହା ସତ୍ତ୍ବେ ପ୍ରଶାସନ କିମ୍ବା ଜଲିା ଶିକ୍ଷା ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ନିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଆଉ ୩ ମାସ ପରେ ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ବାତାବରଣ ବଜାୟ ରଖିବା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପାଢ଼ୀଙ୍କୁ ଅନ୍ୟତ୍ର ବଦଳି ସହ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁଗ୍ରାମବାସୀ ଦାବି କରିଥିଲେ। ୫-ଟିକୁ ରୂପାନ୍ତରଣ ପରେ ମଧ୍ୟ ବିଦ୍ୟାଳୟ ଶିକ୍ଷାଦାନର ଏଭଳି ଅବ୍ୟବସ୍ଥା ଜାରି ରହିଲେ ଆଗାମୀ ଦିନରେ ଅଭିଭାବକ ସେମାନଙ୍କୁ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇବା ପରିବେର୍ତ୍ତ ବିକଳ୍ପ ଚିନ୍ତା କରିବେ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।
Comments are closed.