ଭାରତ ନିକଟରେ ୨୦୧୯ ପ୍ରତିଶୋଧ ସୁଯୋଗ​‌

୧୫।୧୧ : ୧ମ ସେମିଫାଇନାଲ ଭାରତ-ନ୍ୟୁଜିଲାଣ୍ଡ ମୁମ୍ବଇ
୧୬।୧୧ : ୨ୟ ସେମିଫାଇନାଲ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ କଲକାତା

ନୂଆଦିଲ୍ଲୀ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ଓ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ୧୦ଥର ମୁହଁାମୁହିଁ ହୋଇଛନ୍ତି। ୨୦୨୩ ବିଶ୍ବକପର ସେମିଫାଇନାଲରେ ୧୧ଥର ପାଇଁ ଦୁଇ ଦଳ ପରସ୍ପର ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ପୂର୍ବ ୧୦ଟି ମ୍ୟାଚରୁ ନ୍ୟୁଜିଲାଣ୍ଡ ୫ଟି ଓ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଦୁଇ ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ ସେମିଫାଇନାଲରେ ପରସ୍ପର ସହିତ ଖେଳିବାକୁ ଯାଉଛନ୍ତି। ୨୦୧୯ ବିଶ୍ବକପରେ ଦୁଇ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ। ବର୍ଷା ପାଇଁ ମ୍ୟାଚ ଦୁଇଦିନ ଖେଳାଯାଇଥିଲା।

prayash

ଓଲଡଟ୍ରାଫଡ଼ ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ବାଧିନ ଭାରତ ୧୮ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୩୯ରନ କରିଥିଲା। ରସ୍‌ ଟେଲର ୭୪ରନ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୩ଟି ୱିକେଟ ନେଇଥିଲେ। ଜବାବରେ ଭାରତ ୪୯.୩ ଓଭରରେ ୨୨୧ରନ​‌େ​‌ର ଅଲ୍‌ଆଉଟ୍‌ ହୋଇଯାଇଥିଲା। ରବୀନ୍ଦ୍ର ଜାଡେଜା ୭୭ରନ କରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍‌ ହେନରୀ ୩ଟି ୱିକେଟ ନେଇଥିଲେ। ୨୦୨୩ ବିଶ୍ବକପରେ ଦୁଇ ଦଳ ପୁଣି ଥରେ ସେମିଫାଇନାଲରେ ମୁହଁାମୁହଁି ହେବାକୁ ଯାଉଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଚମତ୍କାର ଫର୍ମରେ ରହିଛି। ଦଳ ନିକଟରେ ୪ବର୍ଷ ତଳର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପରାଜୟର ପ୍ରତିଶୋଧ ନେଇ ସୁଯୋଗ ରହିଛି।

Comments are closed.