www.samajalive.in
Sunday, December 7, 2025
18.1 C
Bhubaneswar

ବାଣ ଫୁଟାଉଥିବାବେଳେ ଅଘଟଣ, ଜଳିଗଲା ୫ ବସ

ଭୁବନେଶ୍ବର: ରାଜଧାନୀରେ ବାଣ ଫୁଟାଉଥିବାବେଳେ ଅଘଟଣ ଘଟିଛି। ବାଣ ଫୁଟାଉଥିବାବେଳେ ୫ଟି ବସରେ ନିଆଁ ଲାଗି ଯିବାରୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଥିବା ୫ଟି ବସରେ ନିଆଁ ଲାଗି ଯିବାରୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି। ପାତ୍ରପଡ଼ା ଅଞ୍ଚଳରେ ଥିବା ଗ୍ୟାରେଜରେ ୫ଟି ବସ ନିଆଁ ଲାଗିଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଏହାପରେ ବସଗୁଡ଼ିକରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଥିଲା। ବାଣ ଫୁଟାଉଥିବାବେଳେ ବସରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଅବନୀକାନ୍ତ ସ୍ବାଇଁଙ୍କ ନେତୃତ୍ବରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ଜଣାପଡ଼ିଛି।  ୩ଟି ଟିମ ନିଆଁକୁ ଆୟତ୍ତ କରିବାକୁ ଆସିଥିଲା। ଗ୍ୟାରେଜରେ ୱେଲ୍‌ଡିଂ ଚାଲିଥିଲା ଏବଂ ୱେଲ୍‌ଡିଂରୁ ବି ନିଆଁ ଲାଗିଥାଇ ପାରେ ବୋଲି କୁହାଯାଉଛି। ଦୀପାବଳିରେ ଏଭଳି ଅଘଟଣ ଘଟିଥିବାବେଳେ କୌଣସି ଲୋକ ଆହତ ହୋଇ ନାହାନ୍ତି । ବସରେ କିଭଳି ନିଆଁ ଲାଗିଲା ଏବଂ କିଏ ନିଆଁ ଲଗାଇଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣାପଡ଼ିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories