୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ପାଟ୍ରୋଲିଂ କରୁଥିବାବେଳେ, ଚଟୁ ଅନକା ନିକଟରୁ ୭ଜଣ ଏବଂ ରେଳଷ୍ଟେସନ ଯିବା ରାସ୍ତା ଚୈତନ ପ୍ରଧାନ ଛକ ନିକଟରୁ ୯ଜଣ ମୋଟ ୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୃଥକ ଭାବରେ ୨ଟି ମାମଲା ୩୪୨, ୩୪୩ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତ 2ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ତଦନ୍ତ ପରେତେଲେଙ୍ଗାନା ଅଞ୍ଚଳକୁ ବେଆଇନ ଶ୍ରମିକ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଥିଲେ। ଏହାପରେ ଅଟକଥିବା କପିଳ ମହାନନ୍ଦ, ଅବିଶ୍ୟ ବାଗ (ଉଦ୍ଧବ )ଙ୍କ ଆନ୍ତରାଜ୍ୟ ଶ୍ରମିକ ଆଇନ ବଳରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି।

Comments are closed.