ମା’ ସମଲେଶ୍ବରୀଙ୍କ ବଏଲ୍ ଯାତ୍ରା, ମୁଖ୍ୟ ଆକର୍ଷଣ ମେଣ୍ଡା ଲଢେଇ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଟୋପ ଗ୍ରାମରେ ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ବଏଲ୍ ଯାତ୍ରା ପାରମ୍ପାରିକ ରୀତିନୀତି ରେ ସମ୍ପନ୍ନ ହୋଇ ଯାଇଛି।ଶତାଧିକ ବର୍ଷର ଏହି ବଏଲ୍ ଯାତ୍ରା ଅଞ୍ଚଳରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ଏହି ପୂଜା ମହାଲୟା ଦିନରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ। ମହାଳୟା ଦିନଠାରୁ ପ୍ରତିଦିନ ସନ୍ଧ୍ୟା ସମୟରେ ହୋମ, ଆଳତୀ, ହେଉଥିବା ବେଳେ ଶେଷ ଦିନ ଅର୍ଥାତ୍ ପୂର୍ଣ୍ଣିମା ଦିନ ଚଣ୍ଡୀ ହୋମ ହୋଇଥାଏ। ପୂର୍ଣ୍ଣିମା ଦିନ ରାତିରେ ମା’ଙ୍କ ବଡପୁଜା ପାଇଁ ନିକଟସ୍ଥ ଗ୍ରାମ ଖଲିଆପାଲି, ଭୂର୍ଶିପାଲିରୁ ପାହୁର ଭାର ମହା ଶୋଭାଯାତ୍ରାରେ ପହଞ୍ଚି ଥାଏ।। ଏହି ଚଣ୍ଡୀ ହୋମରେ ଗ୍ରାମର ଗୌନ୍ତିଆ କୃଷ୍ଣଶଙ୍କର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ଝାଙ୍କର ମଧୁସୁଦନ ମଲ୍ଲିକ ମନ୍ଦିର ପୂଜକ ରୂପେ ପ୍ରତ୍ୟହ ପୂଜା କରିଆସୁଛନ୍ତି। ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଅପରାହ୍ନ ରେ ହାଇସ୍କୁଲ ପଡିଆଠାରେ ମେଣ୍ଢା ଲଢେଇ କାର୍ୟ୍ୟକ୍ରମ ହୋଇଥିଲା। ଏଥିରେ ୬୫ ଯୋଡ଼ି ମେଣ୍ଢା ବିଭିନ୍ନ ଗ୍ରାମରୁ ଆସି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଥି ମଧ୍ୟରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଏସଲ ପଦର ଓ ସର୍କଣ୍ଡାର ନାଟକ ପରିବେଷିତ ହୋଇଥିଲା।

prayash

ଏହି ଯାତ୍ରାର ପରଦିନ ପ୍ରାତଃ ସମୟରେ ମାନସିକ ଧାରୀ ମାନେ ମା’ଙ୍କୁ ଛାଗ ବଳୀ ଦେଇଥାନ୍ତି। ଝାଙ୍କର ମଧୁଙ୍କ ଦେହରେ ମା’ ବିରାଜମାନ କଲାପରେ ବରୁଆ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ ।ପ୍ରତି ଘରେ ଦୀପ କଳସ ବସାଇ ମା’ଙ୍କ ପାଦ ଧୌତ କରି ପୂଜାର୍ଚ୍ଚନା କରିଥାନ୍ତି।ଏହି ଯାତ୍ରାରେ ଆଖପାଖର ଗାଆଁ ମାନଙ୍କରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମସ୍ତ କାର୍ୟ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

ସେହିପରି ଅତାବିରା ବସ୍ତି ରେ ଥିବା ମା’ ସମଲେଶ୍ବରୀଙ୍କ ପୀଠରେ ମଧ୍ୟ ବଏଲ୍ ଯାତ୍ରା ଦୀର୍ଘ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷରେ ଝାଙ୍କର୍ କାଳିଆ ଭୁଏଙ୍କ ଦେହରେ ମା’ ବିରାଜ ମାନ କରିଥିଲେ(ବଏଲ୍)। ଦୀର୍ଘ ଷୋହଳ ଦିନ ଧରି ପୂଜା ହୁଏ। ପୂର୍ଣ୍ଣିମା ତିଥିରେ ଏହା ଶେଷ ହୋଇଥାଏ।ଏହି ପୂଜାରେ ସନାତନ ପ୍ରଧାନ ଓ ମନୋଜ ବାଙ୍କକ୍ଷ ସପତ୍ନିକ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ସଞ୍ଜୟ ଶତପଥୀ,ରାକେଶ ମିଶ୍ର ଓ ସାଥୀ ପୂଜାର୍ଚ୍ଚନା କରିଥିଲେ ।ରାତିରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା। ମାନସିକ ଧାରି ମାନେ ମା’ଙ୍କ ଠାରେ ନିଜର ମନୋକାମନକ୍ଷ ପୂର୍ଣ୍ଣ ପାଇଁ ଗୁହାରି କରିଥିଲେ। ଏଥିରେ କମିଟିର ମନୋଜ ବରେ଼ଇ,ଜିତେନ୍ଦ୍ର ପ୍ରଧାନ, ବନମାଳୀ ବରିହା, ବିଜୟ ଦାଶ, ଜନାର୍ଦ୍ଦନ ପ୍ରଧାନ, ଦୁର୍ୟ୍ୟୋଧନ ଗଡତିଆ ,ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Comments are closed.