www.samajalive.in
Tuesday, December 9, 2025
15.1 C
Bhubaneswar

ବିଶ୍ବକପ: ଭାରତକୁ ବିଜୟ ପାଇଁ ୨୫୭ ରନ ଟାର୍ଗେଟ ଦେଲା ବାଂଲାଦେଶ

ପୁନେ : ଆଜି ପୁନେଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତକୁ ବିଜୟ ପାଇଁ ୨୫୭ ରନ ଟାର୍ଗେଟ ଦେଇଛି ବାଂଲାଦେଶ। ଭାରତ ବିପକ୍ଷରେ ବାଂଲାଦେଶ ୨୫୬/୮ ରନ୍‌ ସ୍କୋର କରିଥିବାବେଳେ ଭାରତ ପାଇଁ ବିଜୟ ଲକ୍ଷ୍ୟ ରହିଛି ୨୫୭ ରନ।

ଆଜି ବାଂଲାଦେଶ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶର ଦୁଇ ଓପନର ତାନଜିଦ ହାସନ ଓ ଲିଟନ ଦାସ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ। କିନ୍ତୁ ଦଳ ମଧ୍ୟକ୍ରମ ବିଫଳ ହୋଇଥିଲା। ଭାରତୀୟ ବୋଲରମାନେ ଭଲ ବୋଲିଂ କରି ମ୍ୟାଚକୁ ନିଜ ଅକ୍ତିଆରକୁ ନେଇଥିଲେ। ନିମ୍ନ ମଧ୍ୟକ୍ରମ ମଧ୍ୟରୁ ମୁସ୍ତାଫିକୁର ରହିମ ଓ ମହମ୍ମଦୁଲ୍ଲା ଲଢୁଆ ବ୍ୟାଟିଂ ଫଳରେ ବାଂଲାଦେଶ ଏକ ଭଲ ସ୍କୋର ଠିଆ କରିବାରେ ସଫଳ ହୋଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା। ହାସନ ୫୧ ରନ ଓ ଲିଟନ ୬୬ ରନ କରିଥିଲାବେଳେ ରହିମ ୩୮ ରନ ଓ ମହମ୍ମଦୁଲ୍ଲୀ ୪୬ ରନ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

- Advertisement -

ଚଳିତ ବିଶ୍ବକପରେ ଭାରତ ସମସ୍ତ ମ୍ୟାଚ ବିଜୟୀ ହୋଇ ଅପରାଜେୟ ରହିଛି। ଏହାସହିତ ରନ ଆଧାରରେ ପଏଣ୍ଟ ଟେବୁଲ ଆଜିର ମ୍ୟାଚ ଜିତିଲେ ଭାରତ ପୁଣିଥରେ ପଏଣ୍ଟ ଟେବୁଲ ଶୀର୍ଷକୁ ଯିବାର ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories