www.samajalive.in
Monday, December 15, 2025
24.1 C
Bhubaneswar

ସ୍ୱଇଚ୍ଛା ଟ୍ରଷ୍ଟ ପକ୍ଷରୁ ପ୍ରୋତ୍ସାହିତ ଦିବସ, ବିଦ୍ୟାର୍ଥୀ ମାନଙ୍କୁ ସ୍କୁଲ ବ୍ୟାଗ୍‌‌ ବଣ୍ଟନ

ରେଙ୍ଗାଲି: ସ୍ୱର୍ଗତ ଡକ୍ଟର ତୁଳସୀଦାସ ମାହାଣା ଙ୍କ ସ୍ୱଇଚ୍ଛା ଦାନ ଟ୍ରଷ୍ଟ ପକ୍ଷରୁ ପ୍ରୋତ୍ସାହିତ ଦିବସ ପାଳନ କରାଯାଇଛି। ରେଙ୍ଗାଲି ଚାଉଲ ଡିପୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିବେଶବିତ୍‌‌ ଦୁର୍ଗା ପ୍ରସାଦ ନାଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ର/ଛାତ୍ରୀ ମାନଙ୍କୁ ଟ୍ରଷ୍ଟର ମୁଖ୍ୟ ପରିଚାଳକ ଦିଲ୍ଲିପ ମହାଣା ଏବଂ କୃଷ୍ନଚନ୍ଦ୍ର ମାହାଣା ସ୍କୁଲ ବ୍ୟାଗ୍‌‌ ବଣ୍ଟନ କରିଥିଲେ। ଏହି ଅବସରରେ ସୁରଜ ମଲ୍‌‌ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁଜିତ କୁମାର ସେନ, ପୂର୍ବତନ ବିଧାୟକ ଦୁର୍ଯୋଧନ ଗଡ଼଼ିର୍ର୍ଆ, ଉଦୟଚନ୍ଦ୍ର ସାହୁ, ଆଇନ୍‌‌ ଜୀବି ବୃନ୍ଦାବନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ରମେଶ ବାରିକ, ପୂର୍ବତନ ସରପଞ୍ଚ ଇଂ ଗାନ୍ଧି ବେହେରା, ବାଳକୃଷ୍ନ ସାହୁ, ସୀତାରାମ ସାହୁ, ଅଜିତ ଗୁରୁ, ସୁବନଚାନ୍ଦ ସାହୁ ଓ ଗୋବର୍ଦ୍ଧନ ବାରିକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଡଃ ମାହାଣାଙ୍କ ବ୍ୟକ୍ତିତ୍ୱ ଏବଂ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ। ଧବଳେଶ୍ୱର ମାହାଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories