ସମ୍ବଲପୁର: ସ୍ଥାନୀୟ ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଆଗାମୀ ୩ ମାସ ଧରି ଆୟୋଜିତ ହେବାକୁ ଥିବା ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର କୁମାର ସ୍ୱାଇଁ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲା ବାଳିକା ବିଭାଗର ସଂଯୋଜକ ଅବିନାଶ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆତ୍ମରକ୍ଷା ପ୍ରଶିକ୍ଷଣର ମହତ୍ୱ ଓ ଆବଶ୍ୟକତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସମଗ୍ର ଶୀକ୍ଷା ବିଭାଗ ପକ୍ଷରୁ ପ୍ରଶିକ୍ଷିକା ମିନାରାଣୀ ମଲ୍ଲିଲ ଓ ସୁଷମା ସଙ୍ଗୀତା ତିର୍କୀ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର କୌଶଳ ଶିଖାଇଥିଲେ। ବିଦ୍ୟାଳୟ କ୍ଲଷ୍ଟର ସିଆରସିସି ନିର୍ମଳା ବାରିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Popular Categories



