ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରାବାର ବଡିବାରେ ଲାଗିଛି। ବିଭିନ୍ନ ଛକ ଛକ ଗାଁ ଗାଁରେ ମଦ କାରବାର ବଢିବାରେ ଲାଗିଛି। ଭଳି ସମୟରେ ଗ୍ରାମର ବାସିନ୍ଦା ଏକ ହୋଇ ଚାରୋଟି ମଦ ଦୋକାନ ବନ୍ଦ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି। ଏପରି ଏବେ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପର ବ୍ଲକର ରାଢୁ ଗ୍ରାମରେ। ଆଉ ନିଜ ଥାନା ଗୁଡାରୀକୁ ଯାଇ ଲିଖିତ ଅଭିଯୋଗ ପତ୍ର ମଧ୍ୟ ଦେଇଛନ୍ତି। ଗ୍ରାମରେ ପୁଣି ଥରେ ଚୋରା ମଦ ବିକ୍ରି କଲେ ଦୃଡ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗୁଡାରୀ ଥାନାରେ ଲିଖିତ ଭାବରେ ଗ୍ରାମବାସୀ ଜଣାଇଛନ୍ତି।
Popular Categories



