ମା’ ଖିଲାମୁଣ୍ଡା ମନ୍ଦିରରେ ନବରାତ୍ରୀ ପୂଜା ଆରମ୍ଭ, ନବଦିନ ବ୍ୟାପୀ ଚାଲିବ ପୂଜାର୍ଚ୍ଚନା ଓ ହୋମଯଜ୍ଞ
ପଦ୍ମପୁର :ପବିତ୍ର ନବରାତ୍ରୀ ପୂଜା ପାଇଁ ରବିବାର ଠାରୁ ପଦ୍ମପୁର ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଶକ୍ତିପୀଠମାନଙ୍କରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ସହର ସ୍ଥିତ ଖିଲାମୁଣ୍ଡା ମନ୍ଦିର ଠାରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଛି। ପାରମ୍ପରିକ ନୀତି ନିୟମ ଅନୁସାରେ ପୂଜା, ଅର୍ଚ୍ଚନା, ହୋମ, ଚଣ୍ଡିପାଠ ପ୍ରଭୃତି ସହିତ ସନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୋଇଥାଏ। ଏହା ସହିତ ପ୍ରତ୍ୟହ ମା’ଙ୍କ ଅଭିନବ ରୂପଦର୍ଶନ ମିଳିବ। ପ୍ରତିପଦାରେ ବନଦୁର୍ଗା, ଦ୍ବିତୀୟାରେ ଭୁବନେଶ୍ବରୀ, ତୃତୀୟାରେ ନାରାୟଣୀ, ଚତୁର୍ଥୀରେ ମହାଲକ୍ଷ୍ମୀ, ପଞ୍ଚମୀରେ ସରସ୍ବତୀ, ଷଷ୍ଠୀରେ ମାତଙ୍ଗୀ, ସପ୍ତମୀରେ ଉଗ୍ରତାରା, ଅଷ୍ଟମୀରେ ମହିଷାସୁର ମର୍ଦ୍ଧିନୀ, ନବମୀରେ ଶିବରୁଢ଼ା, ଦଶମୀରେ ଦଶହରା ପର୍ବ କାର୍ଯ୍ୟକ୍ରମ ରହିଛି। ପଦ୍ମପୁର ଠାରେ ଥିବା ଖିଲାମୁଣ୍ଡା ମନ୍ଦିର ଠାରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନବରାତ୍ରୀ ପୂଜା ଅରମ୍ବ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ନ ଦିନ ଧରି ଚାଲିବ । ରବିବାର ଠାରୁ ଆରମ୍ଭ ହୋଇ ଦଶହରା ପର୍ଯନ୍ତ ଚାଲୁ ରହିବ । ଦେବୀ ଙ୍କ ପ୍ରତିମାକୁ ଆସ୍ଥାନରେ ବସାଇ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଓ ମାନସିକ ଧାରୀମାନେ ନ ଦିନ ବ୍ୟାପୀ ନିଷ୍ଠାର ସହ ଉପବାସ ରହି ପ୍ରତେକ ଦିନ ଚଣ୍ଡୀପାଠ କରିଥାନ୍ତି। ଶେଷ ଦିବସ ହୋମିଯଜ୍ଞ ପରେ ପୂର୍ଣ୍ଣ ହୁତି ଦେବା ସହ ପ୍ରସାଦ ସେବନ କରିଥାନ୍ତି ।ଏହି ମା ଖିଲାମୁଣ୍ଡା ମନ୍ଦିରରେ ପ୍ରତେକ ବର୍ଷ ଦଶହରାରେ ଏଭଳି ନବରାତ୍ର ପୂଜା ଧୁମଧାମରେ ପାଳନ କରାଯାଇଥାଏ। ବହୁ ପୁରାତନ କାଳରୁ ଏଠାରେ ପାରିତକ୍ତା ଅବସ୍ଥାରେ ମନ୍ଦିର ଟି ପଡ଼ିରହିଲା କିଛି ସହୃଦୟ ସାହାଯ୍ୟ ଓ ସହଯୋଗରେ ମନ୍ଦିର ଟିକୁ ପୁଣି ନିର୍ମାଣ କରି ଦୀର୍ଘ ୧୦ ବର୍ଷ ହେବ ଏଠାରେ ନବରାତ୍ର ପୂଜା ପାଳନ ହୋଇ ଆସୁଛି। ତେବେ ଦେବୀଙ୍କ ପ୍ରତ୍ୟକ୍ଷ ମହିମା ନେଇ ସ୍ଥାନୀୟ ଅଞ୍ଚଳରେ ଲୋକକଥା ରହିଛି।ବିଭିନ୍ନ ଶକ୍ତିପୀଠମାନଙ୍କରେ ପାରାମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଶକ୍ତିପୀଠଗୁଡିକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ଭିଡ଼ ସାଙ୍ଗକୁ ବାଦ୍ୟବାଜଣା, ପୂଜକଙ୍କ ମନ୍ତ୍ରଧ୍ୱନି ଶକ୍ତିପୀଠ ପରିସରରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
Comments are closed.