ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ପ୍ରାଥମିକ ଆଶୁ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି
ଭୁବନେଶ୍ବର : କାରଖାନା ଏବଂ ବାଷ୍ପୀୟ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶ୍ରମ ସଂସ୍ଥାନର ମିଳିତ ଆନୁକୂଲ୍ୟରେ କାରଖାନା ଏବଂ ବାଷ୍ପୀୟ ନିର୍ଦ୍ଦେଶାଳୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ପ୍ରାଥମିକ ଆଶୁ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ସଂସ୍ଥାନ ଉପାଧ୍ୟକ୍ଷ ତଥା ଶ୍ରମ ଓ କର୍ମଚାରୀ ବୀମା ବିଭାଗର କମିଶନର ତଥା ଶାସନ ସଚିବ ଆର. ସନ୍ଥ ଗୋପାଳନ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ନିଜେ ସୁସ୍ଥ ହେବା ଏବଂ ସୁରକ୍ଷିତ ରହିବା ସହିତ ସମାଜରେ ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ସୁସ୍ଥତା ଏବଂ ସୁରକ୍ଷିତ ରହିବା ରହିବାର ମନ୍ତ୍ରରେ ଦିକ୍ଷୀତ କରିବା ଓ ବିପତ୍ତି ବେଳେ ମିତ୍ର ଭାବେ ଦଣ୍ଡାୟମାନ ହେବା ପାଇଁ ଏହି ତାଲିମ ପଞ୍ଚାକ୍ଷରି ମନ୍ତ୍ର ଭାବେ କାମକରିବ ବୋଲି କହିଥିଲେ।
ଏହିପରି ତାଲିମ କ୍ରମାଗତ ଭାବେ ବିଭାଗର ଅନ୍ୟ ନିର୍ଦେଶାଳୟର ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ପାଇଁ ଚାଲୁ ରହିବ। ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ନୀତି ରଞ୍ଜନ ସେନ୍ ଏବଂ କାରଖାନା ଏବଂ ବାଷ୍ପୀୟ ଉପନିର୍ଦ୍ଦେଶକ ଡଃ ମଳୟ ପ୍ରଧାନ ଅନ୍ୟତମ ଅତିଥି ଭାବେ ଉଦବୋଧନ ଦେଇଥିଲେ। ଉକ୍ତ କର୍ମଶାଳାକୁ ଜାତୀୟ ସୁରକ୍ଷା ପରିଷଦ ଓଡିଶା ଶାଖାର ସମ୍ପାଦକ ମଧୁସୂଦନ ମୋହିନୀ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ ଏବଂ ଡଃ ରଜନୀ ରଞ୍ଜନ ମିଶ୍ର ତାଲିମ କାର୍ଯ୍ୟକ୍ରମକୁ ମିଳିତ ଭାବେ ପରିଚାଲନା କରିଥିଲେ। ତାଲିମ ଶେଷରେ ୫୦ଜଣ ଅଂଶଗ୍ରହଣକାରୀ ଅଧିକାରୀ ଏବଂ କର୍ମଚାରୀ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିବାରୁ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଏବଂ ଶ୍ରମ ସଂସ୍ଥାନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
Comments are closed.