ନିଜ ଗାଁ ରାସ୍ତା ମରାମତି କଲେ ନଳପଙ୍ଗା ଗୁଜାପଥର ସାହିବାସୀ
କେଶଦୁରାପାଳ: ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତ ଅନ୍ତର୍ଗତ ନଳପଙ୍ଗା ଗ୍ରାମର ଗୁଜାପଥର ସାହିର ସ୍ବୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନିଜ ଗାଁ ରାସ୍ତା ମରାମତି କରିଛନ୍ତି । ଏହି ଗୁଜାପଥର ସାହିକୁ ଯାଇଥିବା ରାସ୍ତାର ବହୁ ସ୍ଥାନରେ ଖାଲ ଖମା ଭରି ରହିଥିଲା। ବର୍ଷା ସମୟରେ ଖାଲ ଗୁଡିକରେ ପାଣି ଜମି ରହିବାରୁ ରାସ୍ତାରେ ଯିବା ଆସିବାରେ ସମସ୍ୟା ଉପୁଜି ଥିଲା ।
ସେହିପରି ସାହିରୁ ଯିବାକୁ ହେଲେ ଏକ ନାଳ ପାର ହେବାକୁ ପଡେ । ବର୍ଷା ଦିନେ ଆଣ୍ଠୁଏ ପାଣିରେ ଲୋକେ ହଇରାଣ ହରକତ ହୋଇ ପାରି ହୋଇ ଥାଆନ୍ତି । ସ୍ଥାୟୀ ପୋଲ ଓ ରାସ୍ତା ମରାମତି ପାଇଁ ପଞ୍ଚାୟତ କତୃପକ୍ଷଙ୍କୁ ଗ୍ରାମବାସୀ ଅନେକ ଥର ଗୁହାରି କରିଥିବା କହିଛନ୍ତି । ହେଲେ ଏ ଦିଗରେ ପଦକ୍ଷେପ ନେବାରେ ବିଳମ୍ବ ହେବାରୁ ଗୁଜାପଥର ସ୍ବୟଂ ସହାୟିକା ଗୋଷ୍ଠୀର ଉଦ୍ୟମରେ ରାସ୍ତା ମରାମତି କରାଯାଇଛି । ସ୍ବୟଂ ସହାୟିକା ଗୋଷ୍ଠୀର ଟଙ୍କା ଖର୍ଚ୍ଚ କରି ଖାଲ ଜାଗାରେ ପଥର ଓ ମୋରମ ବିଛା ଯାଇଛି ।
ସାହିର ହରିହର ମୁଣ୍ଡା, ମଙ୍ଗୁଳୁ ମୁଣ୍ଡା, ରମେଶ ମୁଣ୍ଡା, ପାନ ମୁଣ୍ଡା, ଦଶରା ମୁଣ୍ଡା, ମିଥିଲି ମୁଣ୍ଡା, ମିନ ମୁଣ୍ଡା, ବିଜୁ ମୁଣ୍ଡା, ରିନା ମୁଣ୍ଡା, ସୁକୁମାରୀ ମୁଣ୍ଡା, ସୁନିତା ମୁଣ୍ଡା, ରାଇମନି ମୁଣ୍ଡା, ସିଧୁ ମୁଣ୍ଡା, ସମ୍ବାରି ମୁଣ୍ଡା , ଟୁନି ମୁଣ୍ଡା , ସେବତୀ ମୁଣ୍ଡା , ରବିନ୍ଦ୍ର ମୁଣ୍ଡା , ଗଣେଶ୍ଵର ମୁଣ୍ଡା, ଜଗଦିଶ ମୁଣ୍ଡା, ମାଳତୀ ମୁଣ୍ଡା, ସନାତନ ମୁଣ୍ଡା, ଚୈତନ୍ୟ ମୁଣ୍ଡା, ରାସ୍ତାର ଖାଲ ଜାଗାରେ ପଥର ଓ ମାଟି ମୋରମ ପକାଇ ମରାମତି କରିଛନ୍ତି । ତେବେ ଜିଲା ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Comments are closed.