www.samajalive.in
Wednesday, December 10, 2025
15.1 C
Bhubaneswar

ବାପା ହାତରେ ଗଲା କଅଁଳ ଶିଶୁର ଜୀବନ

ରାଉରକେଲା: ରାଉରକେଲା ଉପକଣ୍ଠରେ ଘଟିଗଲା ଅଭାବନୀୟ ଘଟଣା। ଏକ ବିଭତ୍ସ ହତ୍ୟାକାଣ୍ଡ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳକୁ ଦୋହଲାଇ ଦେଇଛି। ବାପା ହାତରେ କଅଁଳ ଶିଶୁର ଗଲା ଜୀବନ। ନିଜ ହାତରେ ବାପା ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅକୁ ହତ୍ୟା କରିବା ପରେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି।

ସୁନ୍ଦରଗଡ଼ ଜିଲା ରାଉରକେଲା ଉପକଣ୍ଠ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ତୁମରାନ ଗ୍ରାମ ବିରୁଆଲ ଗ୍ରାମରେ ବସବାସ କରୁଥିବା ବୁଦ୍ଧେଶ୍ୱର ସିଂ ଏବଂ ଉର୍ମିଳା ସିଂ ଏବଂ ତାଙ୍କର ତିନି ପୁତ୍ର ରହୁଥିଲେ । ବୁଦ୍ଧେଶ୍ୱର ସିଂ ଅଧିକ ନିଶା କରୁଥିଲେ। ତାଙ୍କର ମାନସିକ ଅବସ୍ଥା ଠିକ ରହୁନଥିବାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ। ଆଜି ପ୍ରାୟ ବୁଦ୍ଧେଶ୍ୱର ସିଂ ସ୍ତ୍ରୀ ଉର୍ମିଳା ସିଂଙ୍କୁ ପାଣି ମାଗିଥିଲେ। ନିଜେ ଯାଇ ପାଣି ପିଇବାକୁ କହିବାରୁ ରାଗି ଯାଇ ସ୍ତ୍ରୀ ସହ ଝଗଡ଼ା କରିଥିଲେ। ଟାଙ୍ଗିଆ ଧରି ସ୍ତ୍ରୀକୁ ମାରିବାକୁ ଗୋଡ଼ାଇଥିଲା ଏବଂ ସ୍ତ୍ରୀ ଦୌଡ଼ି ପଳାଇବା ଥିଲା। ତେବେ ପାଖରେ ବର୍ଷେ ଚାରି ମାସର ଶିଶୁ ପୁତ୍ରକୁ ପାଇ ଟାଙ୍ଗିଆରେ ବେକରେ ଚୋଟ ପକାଇ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା । ସ୍ତ୍ରୀ ର ଚିତ୍କାର ଶୁଣି ଘର ପାଖ ଲୋକେ ଦୌଡ଼ି ଆସି ବୁଦ୍ଧେଶ୍ୱରଙ୍କୁ ଧରିବାକୁ ଚେଷ୍ଟା କରିଥିବାବେଳେ ଦୁଇ ଜଣକୁ ଟାଙ୍ଗିଆରେ ଗୋଡ଼ ଏବଂ ଜଙ୍ଘକୁ ଆକ୍ରମଣ କରିଛି ବୁଦ୍ଧେଶ୍ୱର ସିଂ । ଆଖପାଖ ଲୋକେ ଦଉଡି ଆସି ବୁଦ୍ଧେଶ୍ୱରକୁ କାବୁ କରି ଖଟରେ ବାନ୍ଧି ପକାଇଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ରାଉରକେଲା ବ୍ରହ୍ମଣୀତରଙ୍ଗ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ସେଠାରେ ଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ବାପା ବୁଦ୍ଧେଶ୍ବରକୁ ଗିରଫ ସହ ସ୍ତ୍ରୀକୁ ଥାନାକୁ ଆଣି ପଚରା ଉଚରା କରୁଛି ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories