ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା
ସାକ୍ଷୀଗୋପାଳ: ସୁଆଣ୍ଡୋ ସେତୁ ସଂଗଠନ ତରଫରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାକାରୀମାନେ ଉତ୍କଳମଣିଙ୍କ ରଚିତ କାରା କବିତା ଗାନ କରି ପଦଯାତ୍ରା କରିଥିଲେ। ପଦଯାତ୍ରାକାରୀମାନେ କାଦୁଆ ଆଶ୍ରମ ପରିସରରେ ଉତ୍କଳମଣି ଓ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଗୋବିନ୍ଦ ମହାପାତ୍ର, ହୃଷିକେଶ ମିଶ୍ର, ପ୍ରାଣନାଥ ବିଶ୍ୱାଳ, ଶରତ ପ୍ରଧାନ, ବନ୍ଦନା ମୁଦୁଲି, ରାଧା ମୁଦୁଲି, ସତ୍ୟବାନ ଜୟ ସିଂ, ସାବିତ୍ରୀ ମୁଦୁଲି, ରାଧାମଣୀ ମୁଦୁଲି, ନଳିନୀ ମୁଦୁଲି, ପବିତ୍ର ରାଉତରାୟ, ବସନ୍ତ ପ୍ରଧାନ, ଭଗବାନ ପ୍ରଧାନ, ସଦାନନ୍ଦ ଭୋଇ ଓ ଭୁବନେଶ୍ୱର ଜେନାଙ୍କ ସମେତ ଅନ୍ୟମାନେ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ।
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଉତ୍ସବ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ, କର୍ମପୀଠ କାଦୁଆ ଆଶ୍ରମ, ଉତ୍କଳମଣିଙ୍କ ସମେତ ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପଞ୍ଚସଖାଙ୍କ ସମାଧି ପୀଠ, ବନ ବିଦ୍ୟାଳୟ, ବକୁଳ ବନ ସମେତ ସତ୍ୟବାଦୀର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ ଓ ପୁର ପଲ୍ଲୀରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
Comments are closed.