ବ୍ଲକ ଅଫିସ ସମ୍ମୁଖରେ ମାଠିଆ ଧରି ଧାରଣା ଦେଲେ ମହିଳା

 

ବିଡ଼ିଓ ଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ ମହିଳା
ରାମନାଗୁଡା:- -ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପେଣ୍ କାମ ପଂଚାୟତ ର ଡାସାରଡାଙ୍ଗ,ଡାସାରଡାଙ୍ଗଗୁଡ଼ା, କତାଗୁଡା ଗ୍ରାମରେ ଗତ କୋଡ଼ିଏ ଦିନ ହେବ ବସୁଧା ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଣ ହେଉଥିବା ପ୍ରକଳ୍ପ ବନ୍ଦ ହୋଇ ପଡ଼ି ରହିଛି ।

prayash

ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ହୋଇ ଯାଇଥିବାରୁ ଏହି ତିନି ଗ୍ରାମର ଲୋକମାନେ ନିକଟସ୍ଥ ଝରଣା ରୁ ପାନୀୟ ଜଳ ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।ନ୍ତ ଏହି ସମସ୍ୟା ଲାଗି ରହିଲେ ରୋଗାକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତ ପକ୍ଷରୁ ବିଦ୍ୟୁତ ବିଲ ପୈଠ କରା ଯାଇନଥିବାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିବା ଜଣାପଡିଛି ।

ତିନି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଏକତ୍ରିତ ହୋଇ ହାଣ୍ଡି ମାଠିଆ ଧରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ରେ ସୋମବାର ଦିନ ପହଞ୍ଚି ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କୁ ଗ୍ରାମରେ ପିଇବା ପାଣି ର ସମସ୍ୟା ନେଇ ଅଭିଯୋଗ କରିଥିଲେ ।ସମସ୍ତ ଘଟଣା ସମ୍ପର୍କରେ ଅବଗତ ହୋଇ ଖୁବଶୀଘ୍ର ସମସ୍ୟା ର ସମାଧାନ କରି ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଣ ରେ ସ୍ୱାଭାବିକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.