www.samajalive.in
Monday, December 15, 2025
24.1 C
Bhubaneswar

ଦୁଇ ପୃଥକ ଦୁର୍ଘଟଣା, ଜଣେ ଆହତ ଦୁଇ ଗୁରୁତର

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଘର୍ଲା ଜୋର ବୁଲାଣି ଏବଂ ଦାସିଗାଁ ନିକଟରେ ଦୁଇ ପୃଥକ ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହେଇଥିବା ବେଳେ ଜଣେ ସାମାନ୍ୟ ଆହତ ହେଇଛନ୍ତି। ଦୁଇ ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ବଙ୍କାପଲା ଗ୍ରାମର ବିପିନ ନାଗ ଏବଂ ଗଜିନ୍ଦ୍ର ମାଝୀ ନାମକ ଦୁଇ ଯୁବକ କୌଣସି କାମରେ କଲମପୁର ଆସି ସଂଧ୍ୟାରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦେଇ ନିଜ ବଙ୍କାପଲା ଗ୍ରାମକୁ ବାଇକ ଯୋଗେ ଫେରୁଥିବା ବେଳେ ବାଇକ ଚାଳକ ବିପିନ କୌଣସି କାରଣରୁ ଘର୍ଲା ଜୋର ନିକଟସ୍ଥ ବୁଲାଣିରେ ବାଇକରୁ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ। ଗଜିନ୍ଦ୍ର ସାମାନ୍ୟ ଆହତ ହେଇଥିବା ବେଳେ ବିପିନ କିନ୍ତୁ ଗୁରୁତର ହେଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ଏକ ଆମ୍ବୁଲେନ୍ସ ସହାୟତାରେ ଉଭୟଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବିପିନର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେହିଭଳି ଦାସିଗାଁ ବୁଲାଣି ନିକଟରେ ଅନ୍ୟ ଏକ ଦୁର୍ଘଟଣା ଯୋଗୁଁ ବାଇକ ଚାଳକ ଗୁରୁତର ଆହତ ହେଇଥିଲେ। ସମ୍ପୃକ୍ତ ବାଇକ ଚାଳକ ଜଣକ ଦାସିଗାଁ ଭେଜିପଡ଼ାର ପଙ୍କଜ ବକୁଲ ଓ ସେ କୌଣସି କାମରେ ଅନ୍ୟତ୍ର ଯାଇ କଲମପୁର ଜୁାଗଡ଼ ମୁଖ୍ୟ ରାସ୍ତା ଦେଇ ଘରକୁ ଫଏରୁଥିବା ବେଳେ ଦାସିଗାଁ ବୁଲାଣି ନିକଟରେ ବାଇକରୁ ନିୟନ୍ତ୍ରଣ ହରାଇ ପଡ଼ିଯାଇ ଗୁରୁତର ହେଇଥିଲେ। ତାଙ୍କୁ ମଧ୍ୟ ଅଧିକ ଚିକିତ୍ସା ଆବଶ୍ୟକ ହେତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories