www.samajalive.in
Wednesday, December 10, 2025
26.1 C
Bhubaneswar

ସନ୍ତୋଷ ବିଶ୍ୱାଳ ହତ୍ୟାକାଣ୍ଡ, ୫ ଗିରଫ

ଆଠଗଡ଼: ବହୁ ଚର୍ଚ୍ଚିତ ମାଣିଆବନ୍ଧ ଥାନା ଅନ୍ତର୍ଗତ ଯୋଡୁମୁ ଗ୍ରାମର ସନ୍ତୋଷ ବିଶ୍ୱାଳ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବା ସହ ଏଥିରେ ସଂପୃକ୍ତ ପ୍ରଥମେ ଜଣେ ଏବଂ ପରେ ୪ଜଣ ଗିରଫ ହୋଇଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆଠଗଡ଼ ଥାନାରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣଚନ୍ଦ୍ର ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇଥିଲେ। ୭ବର୍ଷ ତଳର ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅତିରିକ୍ତ ଏସପି ପ୍ରକାଶ କରିଥିଲେ। ୭ବର୍ଷ ପୂର୍ବରୁ ଏକ ଚେକ୍‌‌ ଡ୍ୟାମ ନିର୍ମାଣକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ଶତ୍ରୁତା ଶେଷରେ ଏକ ଜଘନ୍ୟ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା। ଗତ ୨ତାରିଖରେ ମାଣିଆବନ୍ଧ ଥାନା ଅନ୍ତର୍ଗତ ଯୋଡୁମୁ ଗ୍ରାମରେ ସଂଗଠିତ ଏହି ହତ୍ୟାକାଣ୍ଡ ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୃତକ ସନ୍ତୋଷ ବିଶ୍ୱାଳକୁ ଅଭିଯୁକ୍ତମାନେ ଏକ ଚା ଦୋକାନରୁ ଉଠାଇ ନେଇ ଠେଙ୍ଗା ଓ ଲୁହା ରଡରେ ପିଟି ପଟି ଦରମରା କରିସାରିବା ପରେ ଏକ ପିକ୍‌‌ଅପ୍‌‌ ଭ୍ୟାନ ପଛରେ ବାନ୍ଧି ଘୋଷାରି ଘୋଷାରି ହତ୍ୟା କରି ମୃତ ଦେହକୁ ଫୋପାଡି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଘଟଣାର ବିବରଣୀରୁ ପ୍ରକାଶ ମାଣିଆବନ୍ଧ ଥାନା ଅନ୍ତର୍ଗତ ଯୋଡୁମୁ ଗ୍ରାମର ରାଘବ ବିଶ୍ୱାଳଙ୍କ ପୁଅ ସନ୍ତୋଷ ବିଶ୍ୱାଳ(୩୫)ଙ୍କ ସହିତ ସେହି ଗ୍ରାମର ଦାମୋଦର ବେହେରାଙ୍କ ପରିବାରର ଏକ ଚେକ୍‌‌ ଡ୍ୟାମକୁ ନେଇ ଗତ ୨୦୧୭ ଏପ୍ରିଲ ୨୯ ତାରିଖରେ ଗଣ୍ଡଗୋଳ ଘଟି ଶତ୍ରୁତା ଆରମ୍ଭ ହୋଇଥିଲା। ବିଭିନ୍ନ ସମୟରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ବଚସା ହେଇଥିବା ଏବଂ ପରେ ଆପୋଷ ବୁଝାମଣା ହୋଇଥିଲେ ମଧ୍ୟ ଦାମୋଦରଙ୍କ ପରିବାର ଲୋକ ସନ୍ତୋଷ ଉପରେ ରାଗ ସୁଝାଇବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲେ। ଗତ ୨ତାରିଖରେ ସନ୍ତୋଷ ଏକ ଚା ଦୋକାନରେ ଠିଆ ହୋଇଥିବାବେଳେ ଦାମୋଦର ବେହେରାଙ୍କ ତିନି ପୁଅ ଦିଲ୍ଲୀପ କୁମାର ବେହେରା ଓରଫ ଟୁଲୁ (୨୬), ସୁରେଶ ବେହେରା ଓରଫ ସିଲୁ(୩୦) ଓ ଶ୍ରୀକାନ୍ତ ବେହେରା(୨୬) ଏବଂ ସେମାନଙ୍କ ସହଯୋଗୀ ଲକ୍ଷ୍ମୀଧର ସାହୁଙ୍କ ପୁଅ ଗୌତମ ରାଉତ(୨୪) ଓ ତାଙ୍କ ଭିଣୋଇ ସୂର୍ଯ୍ୟକାନ୍ତ ପ୍ରଧାନ(୩୮) ତାଙ୍କୁ ଉଠାଇ ନେଇ ହତ୍ୟା କରିଥିଲେ। ଷଡଯନ୍ତ୍ରର ଅନ୍ୟଜଣେ ମାଷ୍ଟରମାଇଣ୍ଡ ଭଗବାନ ବେହେରାଙ୍କ ପୁଅ ସମୀର ବେହେରାଙ୍କ ନାମରେ ସନ୍ତୋଷର ବାପା ରାଘବ ବଡମ୍ବା ଥାନାରେ ଅଭିଯୋଗ କରିଥିଲେ। ବଡମ୍ବା ଥାନା କେଶ ନଂ ୮୨/୨୩, ଧାରା ୩୬୪, ୩୦୨ ଓ ୩୪ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ହତ୍ୟାକାଣ୍ଡ ଘଟାଇ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପ୍ରଥମେ ପୁଲିସ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗିରଫ କରିଥିଲା। ତା ଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ପିକ୍‌‌ଅପ ଭ୍ୟାନକୁ ବଡମ୍ବା ଖଳିମାଟି ଜଙ୍ଗଲରୁ ଉଦ୍ଧାର କରିଥିଲେ। ଏହି ମାମଲାରେ ପୁଲିସ ତିଗିରିଆ ଥାନା ଉପନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ, ଆଠଗଡ଼ ଥାନା ଉପନିରୀକ୍ଷକ ବିଶ୍ୱଜିତ୍‌‌ ଜେନା ଓ ମାଣିଆବନ୍ଧ ଥାନା ଅଧିକାରୀ ବସନ୍ତ କୁମାର ଶତପଥୀଙ୍କ ନେତୃତ୍ୱରେ ୩ଟି ଦଳ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଏପରିକି ରାଜ୍ୟ ବାହାରେ ମଧ୍ୟ ଚଢାଉ କରାଯାଇଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଶେଷରେ ପୁଲିସ ସୁରେଶ ବେହେରା, ଦିଲ୍ଲିପ ବେହେରା, ଗୌତମ ରାଉତ ଓ ସମୀର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶ୍ରୀକାନ୍ତ ବେହେରା ଏବେବି ଫେରାର ରହିଥିବା ଅତିରିକ୍ତ ଏସପି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଠଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, କାନପୁର ଥାନା ଅଧିକାରୀ ଗିରିଜାନନ୍ଦନ ପଟ୍ଟନାୟକ, ଆଠଗଡ଼ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି ଏବଂ ମାଣିଆବନ୍ଧ ଥାନା ଅଧିକାରୀ ବସନ୍ତ କୁମାର ଶତପଥୀଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories