www.samajalive.in
Monday, December 8, 2025
13.1 C
Bhubaneswar

ଦୁଇ ପୃଥକ ଦୁର୍ଘଟଣା, ଜଣେ ଆହତ ଦୁଇ ଗୁରୁତର

କଲମପୁର: କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଘର୍ଲା ଜୋର ବୁଲାଣି ଏବଂ ଦାସିଗାଁ ନିକଟରେ ଦୁଇ ପୃଥକ ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହେଇଥିବା ବେଳେ ଜଣେ ସାମାନ୍ୟ ଆହତ ହେଇଛନ୍ତି। ଦୁଇ ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ବଙ୍କାପଲା ଗ୍ରାମର ବିପିନ ନାଗ ଏବଂ ଗଜିନ୍ଦ୍ର ମାଝୀ ନାମକ ଦୁଇ ଯୁବକ କୌଣସି କାମରେ କଲମପୁର ଆସି ସଂଧ୍ୟାରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତା ଦେଇ ନିଜ ବଙ୍କାପଲା ଗ୍ରାମକୁ ବାଇକ ଯୋଗେ ଫେରୁଥିବା ବେଳେ ବାଇକ ଚାଳକ ବିପିନ କୌଣସି କାରଣରୁ ଘର୍ଲା ଜୋର ନିକଟସ୍ଥ ବୁଲାଣିରେ ବାଇକରୁ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ। ଗଜିନ୍ଦ୍ର ସାମାନ୍ୟ ଆହତ ହେଇଥିବା ବେଳେ ବିପିନ କିନ୍ତୁ ଗୁରୁତର ହେଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ଏକ ଆମ୍ବୁଲେନ୍ସ ସହାୟତାରେ ଉଭୟଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବିପିନର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେହିଭଳି ଦାସିଗାଁ ବୁଲାଣି ନିକଟରେ ଅନ୍ୟ ଏକ ଦୁର୍ଘଟଣା ଯୋଗୁଁ ବାଇକ ଚାଳକ ଗୁରୁତର ଆହତ ହେଇଥିଲେ। ସମ୍ପୃକ୍ତ ବାଇକ ଚାଳକ ଜଣକ ଦାସିଗାଁ ଭେଜିପଡ଼ାର ପଙ୍କଜ ବକୁଲ ଓ ସେ କୌଣସି କାମରେ ଅନ୍ୟତ୍ର ଯାଇ କଲମପୁର ଜୁାଗଡ଼ ମୁଖ୍ୟ ରାସ୍ତା ଦେଇ ଘରକୁ ଫଏରୁଥିବା ବେଳେ ଦାସିଗାଁ ବୁଲାଣି ନିକଟରେ ବାଇକରୁ ନିୟନ୍ତ୍ରଣ ହରାଇ ପଡ଼ିଯାଇ ଗୁରୁତର ହେଇଥିଲେ। ତାଙ୍କୁ ମଧ୍ୟ ଅଧିକ ଚିକିତ୍ସା ଆବଶ୍ୟକ ହେତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories