www.samajalive.in
Monday, December 8, 2025
24.1 C
Bhubaneswar

ମାଧବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପାପ୍‌‌ ବୈଠକ

ଗୁରୁଡ଼ିଝାଟିଆ: ମାଧବପୁରସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଜଣେ ସହଭାଗିତା(ପାପ୍‌‌) ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସବିତା ଘଡେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ମୁଖ୍ୟ ଅତିଥି ,ଆଠଗଡ଼ ବିଡିଓ ପ୍ରଦୀପ କୁମାରସାହୁ, ଆଠଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ନିବେଦିତା ରାୟ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ, ଏବିଡିଓ ରଣଜିତ୍‌‌ ମହାନ୍ତି, ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା କଟକ ମହାନଗର ନିଗମର ଡେପୁଟୀ ମେୟର ଦମୟନ୍ତି ମାଝି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପାପ୍‌‌ ର ଭୂମିକା ,ଏହା ଦ୍ୱାରା ବିଦ୍ୟାର୍ଥୀ ଓ ଶିକ୍ଷାନୁଷ୍ଠାନର ବିକାଶ ଉପରେ କିଭଳି ଭାବରେ ଉତ୍ତମ ବାତାବରଣ ଆଣିଦେବ ସେ ସଂପର୍କରେ ଆଲୋକପାତ କରିଥିଲେ। ଛାତ୍ରୀମାନେ ନୃତ୍ୟ ଓ ନାଟକ ମାଧ୍ୟମରେ ପାଠପଢ଼ିବାରେ ଗୁରୁତ୍ୱ ,ଅନ୍ଧବିଶ୍ୱାସର ଦୂରିକରଣ ଆଦି ସଂପର୍କରେ ଚିତାକର୍ଷକ ଅଭିନୟ କରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଡଃ ଗୀତାଂଶୁ ମୋହନ ଦାଶ ,ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ଉନ୍ନୟନ ସମବାୟ ନିଗମ ର ସାଧାରଣ ପରିଚାଳକ ଇତିଶ୍ରୀ ଦାଶ ଓ ଅଭିଭାବକମାନେ ଉପସ୍ଥିତ ରହି ପରସ୍ପର ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ୱେତପଦ୍ମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories