www.samajalive.in
Monday, December 15, 2025
24.1 C
Bhubaneswar

ଗୋଟିଏ ଦିନରେ ୩ଟି ବିଦ୍ୟାଳୟରୁ ଚୋରି

ରେଙ୍ଗଲିକେମ୍ପ: ଅତାବିରା ବ୍ଲକ ଝିଲିମିଣ୍ଡା ପଞ୍ଚାୟତ ଅଧିନରେ ଥିବା ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଚୋରି ହେଉଥିବା ଘଟଣା ପ୍ରାୟ ସାମ୍ନାକୁ ଆସୁଛି। ଆଜି ଗୋଟିଏ ଦିନରେ ତିନି ତିନିଟି ସ୍କୁଲରୁ ଚୋରି ହେଇଥିବା ଜଣାପଡିଛି । ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ ଭଏଁରୋ ପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଭୈରବୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୋଟିଏ ପରିସର ଭୁକ୍ତ ଥିବାରୁ ଉଭୟ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଗୋଟିଏ କୋଠରୀରେ ରଖାଯାଏ। ଗତ ରାତିରେ ପ୍ରବଳ ବର୍ଷାର ସୁଯୋଗ ପାଇ ଚୋର ମାନେ ବିଦ୍ୟାଳୟର ସମସ୍ତ କୋଠରୀ ମାନଙ୍କର ତାଲା ଭାଙ୍ଗି ଫିଙ୍ଗି ଦେଇ ପ୍ରାଥମିକ ବିଦ୍ୟାଳୟର ୪ ପକେଟ୍ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ୨ ପକେଟ୍ ଚାଉଳ ଚୋରି କରି ନେଇ ଯାଇଛନ୍ତି। ସେହିପରି ସୂର୍ଣ୍ଣା ପ୍ରାଥମିକ ବିଦ୍ୟାଳୟରୁ ମୋ ସ୍କୁଲ୍ ଅଭିଯାନରୁ ଲଗା ଯାଇଥିବା ଦୁଇଟି ନୂତନ ପଙ୍ଖା ଓ ୨୨୦୦ ଟଙ୍କା ଚୋରି ହୋଇଥିବା ଜଣା ପଡ଼ିଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories