www.samajalive.in
Friday, December 12, 2025
14.1 C
Bhubaneswar

ଅତାବିରାରେ ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ହିନ୍ଦି ଭାଷାର ମହତ୍ୱ ଏବଂ ରାଷ୍ଟ୍ର ଭାଷାର ଲୋକାଦୃତ ବିଷୟ ପ୍ରତି ସଚେତନତା ସୃଷ୍ଟି କରିବାର ମହତ୍ ଉଦ୍ଦେଶ୍ୟ ନେଇ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ମନବୋଧ ମାଝୀଙ୍କ ଅଧ୍ୟକ୍ଷତାରେ ଏବଂ ସ୍କୁଲ ପରିଚାଳନା କମିଟିର ସଭାପତି ଦିନେଶ ଗାଏଗରିଆଙ୍କ ଉଦଘାଟନ କ୍ରମେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ଏଥିରେ ବ୍ଲକର ୩୨ଟି ହାଇସ୍କୁଲରୁ ୭୦ଜଣ ଛାତ୍ରଛାତ୍ରୀ ଯୋଗଦେଇ ବକୃତା, ନିବନ୍ଧ ଲିଖନ ଓ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଚାରକ ଭାବେ ମନୋଜ ସାହୁ, ରମେଶ ସାହୁ, ସରିତା ଶର୍ମା ଓ ଗଣପତି ଦାଶ ଦାୟିତ୍ଵ ତୁଲାଇ ଥିବାବେଳେ ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ହିନ୍ଦୀ ଶିକ୍ଷକ ସଂଘର ବ୍ଲକ ସଭାପତି ବାବୁଲା ପାଣ୍ଡିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ସଦାଶିବ କର, ଜିଲ୍ଲା ପରିଷଦ ସଭ୍ୟ ରଂଜିତ ସାହୁ ଓ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନବୋଧ ମାଝୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ଉଭୟ ପର୍ଯ୍ୟାୟରେ ଶିକ୍ଷକ ବଳରାମ ସାହୁ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ। ସମସ୍ତ ଅତିଥି ମାନେ ରାଷ୍ଟ୍ର ଭାଷା ହିନ୍ଦୀ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ନିବନ୍ଧ ପ୍ରତିଯୋଗିତାରେ ହିରଲି ପାଲି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ହିମାଦ୍ରୀ ପ୍ରଧାନ, ରେଙ୍ଗାଲି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗଙ୍ଗୋତ୍ରି ଦାଶ ଓ ଲରାସରା ହାଇସ୍କୁ ର ନବମ ଶ୍ରେଣୀ ଛାତ୍ରୀ ହିମାଦ୍ରୀ ତନୟା ଭୋଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକୃତା ପ୍ରତିଯୋଗୀତାରେରେ ହିରଲି ପାଲି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଲିପସା ସାହୁ, କୁଳୁଣ୍ଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ କରିଷ୍ମା ଥାଟି ଓ ସରଣ୍ଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ ଗଡତିଆ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସଙ୍ଗୀତରେ ଲହଣ୍ଡା ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ସୁଦିକ୍ଷା ପ୍ରଧାନ, ଲରାସରା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସସ୍ମିତା ଭୁଏ ଓ ଲସ୍ତଲା ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଆଞ୍ଚଲ୍ ଭୋଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ ଲଳିତ ଗଡତିଆ, ରାଜେଶ୍ ପଟେଲ୍, ପ୍ରମୋଦ ଗଡତିଆ, ପୁରନ୍ଦର ପ୍ରଧାନ, ପ୍ରିତିମୟୀ ଦାଶ, ପ୍ରମୋଦିନି ସାହୁ, ସୁଶିଲ କୁମାର ଭୁଏ, ହେମନ୍ତ ମହାକୁଡ ତଥା ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ହିନ୍ଦୀ ଶିକ୍ଷକ, ହାଇସ୍କୁଲର କର୍ମଚାରୀ ମାନଙ୍କ ସକ୍ରିୟ ସହଯୋଗ ରହିଥିବା ବେଳେ ଉଦଯାପନୀ ପର୍ଯ୍ୟାୟରେ ପ୍ରମୋଦ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories