www.samajalive.in
Saturday, December 6, 2025
15.1 C
Bhubaneswar

ଖାଦ୍ୟପଦାର୍ଥ ପାଇଁ କିଛି ଜାଣିବା କଥା

ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ। ବହୁ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି। ମାତ୍ର କିପରି ଖାଇଲେ ତାହା ଶରୀରକୁ ହିତକାରକ ହେବ, ତାହା ସଭିଁଙ୍କୁ ଜଣାନଥିବ। ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଯେତେ ଆବଶ୍ୟକ ତାହାକୁ ସଠିକ ଭାବେ ଖାଇବା ମଧ୍ୟ ସେତେ ଆବଶ୍ୟକ ଅଟେ। ପନିପରିବା ଓ ଫଳକୁ ଭଲ ଭାବେ ନ ଧୋଇ ଖାଇଲେ ଏଥିରେ ଥିବା ଜୀବାଣୁ ଶରୀର ପାଇଁ କ୍ଷତିକାରକ ଅଟନ୍ତି। ଜାଣନ୍ତୁ ସେଭଳି ଅନ୍ୟ କେତେକ ଖାଦ୍ୟପଦାର୍ଥ ବିଷୟରେ ….
ଚାଉଳ –
ଚାଉଳକୁ ସର୍ବଦା ଭଲ ଭାବେ ଧୋଇବା ପରେ ଏହାକୁ ରୋଷେଇ କରିବା ଆବଶ୍ୟକ। ଏହାଦ୍ୱାରା ଏଥିରେ ଥିବା ଦୂଷିତ ପଦାର୍ଥ ବାହାରିଯାଏ। ଏହାକୁ ଭଲ ଭାବେ ନ ଧୋଇ ରାନ୍ଧି ଖାଇଲେ ଏଥିରେ ଥିବା ଦୂଷିତ ପଦାର୍ଥ ପେଟ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ପାଚନ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
ବିଭିନ୍ନ ଫଳ ଓ ପନିପରିବା –
ଫଳ ଓ ପନିପରିବାକୁ ସର୍ବଦା ଭଲ ଭାବେ ଧୋଇ ଖାଇବା ଉଚିତ। କାରଣ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏଥିରେ ବହୁ କେମିକାଲ ଦ୍ରବ୍ୟର ବ୍ୟବହାର ହୋଇଥାଏ। ତେଣୁ ଏହାକୁ ସର୍ବଦା ଭଲ ଭାବେ ଧୋଇ ଖାଇବା ଉଚିତ। ନଚେତ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ।
ମାଛ –
ମାଛକୁ ସର୍ବଦା ଭଲ ଭାବେ ଧୋଇ ଏଥିରେ ହଳଦୀ ଗୋଳାଇ କିଛି ସମୟ ରଖିବା ପରେ ହିଁ ରୋଷେଇ କରିବା ଆବଶ୍ୟକ। ଏହାଦ୍ୱାରା ଏଥିରେ ଥିବା ସମସ୍ତ ଜୀବାଣୁ ନଷ୍ଟ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories