www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଓ ପବିତ୍ର ପଞ୍ଚୁକର ଚତୁର୍ଥ ଦିନ। ଆଉ ଦିନକ ପରେ ପଞ୍ଚୁକ ଶେଷ ହେବ। ପଞ୍ଚୁକର ଚତୁର୍ଥ ଦିନରେ ମହାପ୍ରଭୁ ଭକ୍ତମାନଙ୍କୁ ଲକ୍ଷ୍ମୀନୃସିଂହ ବେଶ ବା ଡାଲିକିଆ ବେଶରେ ଦର୍ଶନ ଦେଉଛନ୍ତି। ଶ୍ରୀଜୀଉଙ୍କର ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଲାଗି ରହିଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ଚାରିପଟେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ପଞ୍ଚୁକର ପାଞ୍ଚ ଦିନରେ ଶ୍ରୀଜୀଉଙ୍କର ସ୍ବତନ୍ତ୍ର ବେଶ ହେବା ସହ ସ୍ବତନ୍ତ୍ର ନୀତି କରାଯାଇଥାଏ। ଆଜି ଶ୍ରୀଜୀଉଙ୍କର ଅବକାଶ ନୀତି ପରେ ବେଶ ଅନୁଷ୍ଠିତ ହୋଇଛି। ଏହି ଲକ୍ଷ୍ମୀନୃସିଂହ ବେଶରେ ସୁନାକିଆ ଡାଳି ଭଳି ଖଞ୍ଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଇଥାଏ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକର ଶୀର୍ଷଭାଗରେ ଜରି ବେତକନାରେ ଦୁଇଟି ଡାଳଚୂଳ ସହିତ ଲାଗି କରାଯାଏ। ଏହି ଡାଳି ଓ ଚୂଳରେ ଶୋଲର ଜରିରେ ନିର୍ମିତ ଫୁଲ ଧାଡି କରି ଲଗାଯାଏ। ତାହା ମଝିରେ ସୁବର୍ଣ୍ଣ କିଆ ଖୋସାଯାଏ। ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା ସମଗ୍ର ବେଶକୁ ଧରି ରଖିଥାଏ । ଏହି ବେଶରେ ମାଳି, ପଦକମାଳି ଓ ତାବିଜ ମାଳି ଲଗାଯାଏ । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗେ । ଆୟୁଧ, ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି କରାଯାଏ। ତେବେ ତିନିଠାକୁର ଅନ୍ୟ ବେଶପରି ସୂବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି ।

- Advertisement -

ନୃସିଂହ ଅବତାର ବିଷ୍ଣଉଙ୍କର ଚତୁର୍ଥ ଅବତାର ଅଟେ। ଏହି ରୂପରେ ସେ ସ୍ତମ୍ଭରୁ ବାହାରି ହିରଣ୍ୟକଶ୍ୟପ ରାକ୍ଷସର ନିଧନ କରିଥିଲେ। ଏହା ଦୁର୍ଲଭ ରୂପ ଅଟେ। ଅର୍ଦ୍ଧ ମନୁଷ୍ୟ ଓ ସିଂହ ରୂପୀ ଏହି ଦେବତା ଦୁଷ୍ଟ ଶକ୍ତି ଉପରେ ବିଜୟର ପ୍ରତୀକକୁ ବୁଝାଇଥାଏ। ଶୁକ୍ରବାର ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତ ଶେଷ ହେବ। ଏହି ଦିନ ଶ୍ରୀଜୀଉ ରାଜରାଜାଧିଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories