www.samajalive.in
Friday, December 5, 2025
20.1 C
Bhubaneswar

ସଚ୍ଚିନ୍‍ ଓ ବିନ୍ନିଙ୍କୁ ଆଇଟି ନୋଟିସ

ନୂଆଦିଲ୍ଲୀ: ଫ୍ଲିପ୍‍କାର୍ଟର ପୂର୍ବର୍ତନ ପ୍ରତିଷ୍ଠାତା ସଦସ୍ୟ ସଚ୍ଚିନ ବଂଶଲ୍‍ ଓ ବିନ୍ନି ବଂଶଲଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ଫ୍ଲିପ୍‍କାର୍ଟର ଅଂଶଧନ ୱାଲମାର୍ଟ ଇଣ୍ଟରନ୍ୟାସ୍‍ନାଲ୍‍କୁ ବିକ୍ରି ବାବଦରେ ସେମାନେ କେତେ ଆୟ କରିଛନ୍ତି ଓ କେତେ ଲାଭ ପାଇଛନ୍ତି ସେ ସମ୍ପର୍କରେ ସବିଶେଷ ସୂଚନା ଦେବାକୁ ଆଇଟି ନୋଟିସ୍‍ରେ ଉଲ୍ଲେଖ ରହିଛି। ଦୁଇ ପ୍ରତିଷ୍ଠାତା ସଦସ୍ୟଙ୍କ ସମେତ ଫ୍ଲିପ୍‍କାର୍ଟର ୩୫ ଜଣ ଅଂଶୀଦାର ଓ ୱାଲମାର୍ଟକୁ ମଧ୍ୟ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି।
ଗତ ମେ’ ୯ ତାରିଖରେ ଫ୍ଲିପ୍‍କାର୍ଟର ୭୭% ଅଂଶଧନକୁ ୱାଲମାର୍ଟ ୧୬ ବିଲିୟନ ଡଲାରରେ କିଣିଥିଲା। ଗତ ଅକ୍ଟୋବର ୮ ତାରିଖରେ ଏହି ନୋଟିସ ଜାରି କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସଚ୍ଚିନ୍‍ ଓ ବିନ୍ନିଙ୍କ ପକ୍ଷରୁ ଏହାର ଜବାବ ଦାଖଲ କରାଯାଇ ନ ଥିବା ଜଣାପଡ଼ିଛି। ଇତିମଧ୍ୟରେ ୱାଲମାର୍ଟ ୭,୪୩୯ କୋଟି ଟଙ୍କାର ଟିକସ ଦାଖଲ କରିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories