www.samajalive.in
Monday, December 15, 2025
24.1 C
Bhubaneswar

ବିଜେପିର ନୂଆ ପୋଷ୍ଟର ‘ଟର୍ମିନେଟର ମୋଦୀ’

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ୩୧ ତାରିଖରେ ଅନୁଷ୍ଠିତ ହେବାକୁଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ପୋଷ୍ଟର ଲଗାଯାଇଛି। ଏହାର ନିମ୍ନାଂଶରେ ‘୨୦୨୪, ଆଇ ୱିଲ୍‌ ବ୍ୟାକ୍‌’ ବା ‘୨୦୨୪ରେ ମୁଁ ଫେରୁଛି’ ବୋଲି ଲେଖାଥିବାବେଳେ ଏହା ଉପରକୁ ‘ଦି ଟର୍ମିନେଟର’ ବା ‘ନିର୍ଣ୍ଣାୟକ’ ବୋଲି ଉଲ୍ଲେଖ ରହିଛି। ହଲିଉଡ୍‌ ଚଳଚ୍ଚିତ୍ର ‘ଦି ଟର୍ମିନେଟର’ ଶୈଳୀରେ ମୋଦୀଙ୍କୁ ଏଥିରେ ଉପସ୍ଥାପିତ କରାଯାଇଛି। ମୋଦୀଙ୍କର ଏକ ଭିନ୍ନ ଭଙ୍ଗୀର ଫଟୋ ସହ କାନ୍ଧରେ ପଦ୍ମ ଫୁଲ ରହିଛି। ଚଳଚ୍ଚିତ୍ରର ସଂଳାପ ଶୈଳୀରେ ଏହାର ଶୀର୍ଷକ ଲେଖାଯାଇଛି। ଏଥିସହ ବିଜେପି ୱେବ୍‌ସାଇଟ୍‌ରେ ଲେଖାଯାଇଛି ଯେ ‘ବିରୋଧୀମାନେ ମୋଦୀଙ୍କୁ ହରାଇବାର ସ୍ବପ୍ନ ଦେଖୁଛନ୍ତି। ସେମାନେ ସ୍ବପ୍ନ ଦେଖନ୍ତୁ; କିନ୍ତୁ ଟର୍ମିନେଟର ସର୍ବଦା ବିଜୟୀ ହୁଏ।’ ଉଲ୍ଲେଖଯୋଗ୍ୟ ଯେ ମୁମ୍ବଇରେ ‘ଇଣ୍ଡିଆ’ର ବୈଠକ ଅନୁଷ୍ଠିତ ହେଉଥିବାବେଳେ ସେଠାରେ ମହାରାଷ୍ଟ୍ରର ବିଜେପି ନେତୃତ୍ବାଧୀନ ତ୍ରିଦଳୀୟ ମେଣ୍ଟ ସରକାର ମଧ୍ୟ ଏକ ଦୁଇ ଦିନିଆ ସମୀକ୍ଷା ବୈଠକ ଆହ୍ବାନ କରିଛନ୍ତି। ଏହି ବୈଠକରେ ରାଜ୍ୟର ୪୮ଟି ଲୋକସଭା ଆସନର ସ୍ଥିତି ସମ୍ପର୍କରେ ବିଚାର ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ଓ ଅଜିତ ପୱାର ପ୍ରମୁଖ ଉପସ୍ଥିତ ରହିବେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories