www.samajalive.in
Tuesday, December 9, 2025
15.1 C
Bhubaneswar

ରେଳଧାରଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ଆଇଡିଏସ୍‌‌ କାର୍ଯ୍ୟକାରୀ କରାଯିବ

ଡେସ୍କ : ରେଳଧାରଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ପ୍ରଥମ ପର୍ଯ୍ୟାୟରେ ପୂର୍ବତଟ ରେଳପଥ ଅଧୀନରେ ଥିବା ୬ଟି ରେଳ ସେକସନ୍‌‌ର ପ୍ରାୟ ୨୦୦ କିଲୋମିଟର ଦୈର୍ଘ୍ୟ ରେଳଧାରଣାରେ ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା ବା ଇଣ୍ଟ୍ରୁଜନ୍‌‌ ଡିଟେକସନ୍‌‌ ସିଷ୍ଟମ- ଆଇଡିଏସ୍‌‌ କାର୍ଯ୍ୟକାରୀ କରାଯିବ। ହାତୀ ଚଳପ୍ରଚଳ କରୁଥିବା ସମ୍ବେଦନଶୀଳ ସ୍ଥାନରେ ଆଇଡିଏସ୍‌‌ ଲଗାଯିବ। ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ୭୯ କୋଟି ୧୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ବ୍ୟବସ୍ଥା ଦ୍ୱାରା ରେଳ ଟ୍ରାକ୍‌‌ ନିକଟକୁ ଆସୁଥିବା ବଣୁଆ ହାତୀ ସମ୍ପର୍କରେ ରେଳ ଅଧିକାରୀ ସତର୍କ ହୋଇପାରିବେ। ଏଥିରେ ବ୍ୟବହୃତ ଅପ୍ଟିକାଲ୍ ଫାଇବରଗୁଡିକ ସେନ୍ସର
ଭାବରେ କାର୍ଯ୍ୟକାରୀ କରାଯିବ ଏବଂ ସମ୍ୱେଦନଶୀଳ ସ୍ଥାନଗୁଡିକରେ ବନ୍ୟ ପ୍ରାଣୀମାନଙ୍କର ଗତିବିଧିକୁ ଚିହ୍ନଟ କରିବ। ଏହି ବ୍ୟବସ୍ଥା ଦ୍ୱାରା ରେଳବାଇର କଣ୍ଟ୍ରୋଲ୍ ଅଫିସ୍, ଷ୍ଟେସନ୍ ମାଷ୍ଟର୍ସ, ଗେଟମ୍ୟାନ୍ ଏବଂ ଲୋକୋ ପାଇଲଟମାନଙ୍କୁ ସଚେତନ କରାଯାଇପାରିବ। ଯାହାଦ୍ୱାରା ଟ୍ରେନ୍‌‌ର ଗତିକୁ ହ୍ରାସ କରାଯାଇପାରିବ ବୋଲି ରେଳବାଇ ତରଫରୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ରୋଡ୍‌‌ ଏବଂ ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଆସୁଥିବା ହାତୀ ଚଳପ୍ରଚଳ ସମ୍ବେଦନଶୀଳ
ସ୍ଥାନଗୁଡ଼ିକରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories