ଡରାଉଛି ବନ୍ୟା, ଆତଙ୍କିତ ଲୋକେ

ଭଦ୍ରକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ତର । ଫଳରେ ଯାଜପୁର ଓ ଭଦ୍ରକ ଜିଲା ପାଇଁ ବିପଦ ବଢିବାରେ ଲାଗିଛି । ସୂଚନା ଅନୁସାରେ, ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର । ଏଠାରେ ବୈତରଣୀ ନଦୀର ବିପଦ ସଂକେତ ୧୭.୮୩ ମିଟର ରହିଥିବାବେଳେ ବର୍ତ୍ତମାନ ନଦୀରେ ପ୍ରବାହିତ ହେଉଥିବା ଜଳସ୍ତର ରହିଛି ୧୭.୮୮ ମିଟର । ଫଳରେ ଦୁଇଟି ଜିଲାରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଦୁଇ ଜିଲାର ଅଧିକାଂଶ ପଞ୍ଚାୟତ ପାଣିଘେରରେ ରହିଛି। ପ୍ରଶାସନ ସଜାଗ ରହି ତାର କାର୍ଯ୍ୟ ତ୍ବରାନ୍ବିତ କରୁଥିବା ଜଣାପଡ଼ିଛି।

Comments are closed.