୨୦୨୪ରେ ବିଜେପିକୁ ବହୁମତ ସମ୍ଭାବନା, ହେଲେ ଏହି ତିନି ରାଜ୍ୟ ବଢାଉଛନ୍ତି ଚିନ୍ତା – ଜନମତ ସର୍ବେକ୍ଷଣ

ନୂଆଦିଲ୍ଲୀ – ଇଣ୍ଡିଆଟୁଡେ ଏବଂ ସିନଏନ୍‌ଏକ୍ସ ପକ୍ଷରୁ କିଛି ଦିନ ତଳେ କରାଯାଇଥିବା ଜନମତ ସର୍ବେକ୍ଷଣରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବହୁମତ ମିଳିବାର ସମ୍ଭାବନା ବ୍ୟକ୍ତ କରାଯାଇଛି । ନିର୍ବାଚନ ହେଲେ ବିଜେପି ଏବଂ ଏହା ସହଯୋଗୀ ଦଳ ୩୧୮ଟି ଆସନ ପାଇବେ ବୋଲି ଏହି ଜନମତ ସର୍ବେକ୍ଷଣରେ କୁହାଯାଇଥିଲା । କଂଗ୍ରେସ ଏବଂ ଏହାର ସହଯୋଗୀ ଆଇଏନ୍‌ଡିଆଇଏକୁ ୧୧୯ରୁ ୧୯୦ ମଧ୍ୟରେ ଆସନ ମିଳିପାରେ ବୋଲି ଜନମତ ସର୍ବେକ୍ଷଣ ବା ଏକ୍ସିଟ୍‌ ପୋଲ୍‌ରେ ଦର୍ଶାଯାଇଥିଲା । ଏବେ ଟାଇମସ୍‌ନାଓ ଏବଂ ନବଭାରତ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଜେପି ଏବଂ ଏହାର ସହଯୋଗୀ ୨୯୦ରୁ ଅଧିକ ଆସନରେ ବିଜୟ ଲାଭ କରିବେ ବୋଲି କୁହାଯାଇଛି ।

prayash

ମାତ୍ର ତିନୋଟି ରାଜ୍ୟ ବିଜେପିର ଚିନ୍ତା ବଢାଇଛନ୍ତି । ତାମିଲନାଡୁ, ପଞ୍ଜାବ ଏବଂ କେରଳରେ ବିଜେପି ଭଲ ପ୍ରଦର୍ଶନ କରିବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି । ତାମିଲନାଡୁରେ ୩୯ ଲୋକ ସଭା ଆସନରୁ କଂଗ୍ରେସ, ଡିଏମ୍‌କେ ଏବଂ ଆଇଏନ୍‌ଡିଆଇଏ ୩୦ରୁ୩୪ ଆସନରେ ବିଜୟ ଲାଭ କରିବେ ବୋଲି ପୂର୍ବାନୁମାନ କରାଯାଇଛି । ଏନ୍‌ଡିଏକୁ ଏଠାରେ୪ରୁ୮ ଆସନ ମିଳିପାରେ ।

ପଞ୍ଜାବରେ ୧୩ଟି ଆସନରେ ଏନ୍‌ଡିଏ ୨ରୁ୩ଟି ଆସନରେ ବିଜୟଲାଭ କରିପାରେ ଏଠାରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କୁ୮ରୁ୧୨ ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି କେରଳ ୨୦ଟି ଆସନରୁ ଗୋଟିକରେ ଏନ୍‌ଡିଏକୁ ସଫଳତା ମିଳିପାରେ ବୋଲି କୁହାଯାଇଛି । ହେଲେ ସାରା ଦେଶରେ ଅନ୍ୟ ରାଜ୍ୟମାନଙ୍କରେ ବିଜେପି ଏବଂ ଏହାର ସହଯୋଗୀମାନେ ଭଲ ପ୍ରଦର୍ଶନ କରିବେ ବୋଲି ଏହି ଜନମତ ସର୍ବେକ୍ଷଣରେ ସୂଚନା ଦିଆଯାଇଛି ।

Comments are closed.