www.samajalive.in
Sunday, December 7, 2025
23.1 C
Bhubaneswar

ନକଲି ସାର୍ଟିଫିକେଟ୍ ମାମଲା : ବିଦା ହେଲେ ୪ ଶିକ୍ଷକ

ବଲାଙ୍ଗୀର: ବଲାଙ୍ଗୀରରେ ନକଲି ସାର୍ଟିଫିକେଟରେ ଶିକ୍ଷକ ଚାକିରି ମାମଲାରେ ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି। ବହିଷ୍କୃତ ଶିକ୍ଷକ ହେଲେ ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ । ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଥିଲେ ବୋଲି ଜଣାପଡ଼ିଛି। ଗତ ୧୦ତାରିଖରେ ରଣ୍ଡା ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୁଲିସ । ୨୦୧୩ ମସିହାରୁ ନକଲି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି । ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ। ଜିଲା ଶିକ୍ଷାଧିକାରୀ ଏ ସଂକ୍ରାନ୍ତରେ ଟାଉନଥାନାରେ ଅଭିଯୋଗ କରିଥିଲେ । ଅନ୍ୟ ୩ ଜଣ ଫେରାର ଥିବା ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories