ବାୟୁସେନା ୬୮,୦୦୦ ଯବାନ ଏବଂ ୯୦ ଟ୍ୟାଙ୍କକୁ ପୂର୍ବ ଲଦାଖକୁ କରିଥିଲା ଏୟାଲିଫ୍ଟ – ଗଲଓ୍ୱାନ ଘାଟୀ ଘଟଣାପରେ ନିଆଯାଇଥିଲା ଏହି ପଦକ୍ଷେପ
ନୂଆଦିଲ୍ଲୀ – ଗଲଓ୍ୱାନ ଘାଟୀ ଘଟଣାପରେ ଭାରତୀୟ ବାୟୁସେନା ପକ୍ଷରୁ ୬୮,୦୦୦ ଜବାନ ଏବଂ ୯୦ ଟଙ୍କା ସହ ଅନେକ ଯୁଦ୍ଧ ସାମଗ୍ରୀ ପୂର୍ବ ଲଦାଖକୁ ଏୟାରଲିଫ୍ଟ କରାଯାଇଥିଲା । ଗଲଓ୍ୱନ ଘାଟୀ ଘଟଣାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ଏହି ସମୟରେ ସୁଖୋଇ-୩୦ ଏବଂ ଜାଗୁଆର ଜେଟ୍ ମୁତୟନ କରାଯାଇଥିଲା । ସୀମାରେ ଚୀନ୍ ପକ୍ଷରୁ କେଉଁ ସବୁ କାର୍ଯ୍ୟକଳାପ କରାଯାଉଛି ତାହା ଉପରେ ନଜର ରଖାଯାଇଥିଲା ।
ବାୟୁସେନା ପକ୍ଷରୁ ଭାରତୀୟ ସେନାର ବିଭିନ୍ନ ବିଭାଗର ଜବନମାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ସେମାନଙ୍କୁ ସେଠାରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ରାଡର ସିଷ୍ଟମ୍ କମ୍ବାକ୍ଟ ଗାଡି ଏବଂ ବିଭିନ୍ନ ଆଧୁନିକ ଯୁଦ୍ଧାସ୍ତ୍ର ସେଠାକୁ ପଠାଯାଇଥିଲା ।
ଏବେ ବି ଲଦାଖ ନିକଟରେ ଭାରତ ଏବଂ ଚୀନ୍ ଉଭୟ ନିଜର ସେନା- ମୁତୟନ କରିଛନ୍ତି । ଉଭୟ ପକ୍ଷରୁ ୫୦ରୁ ୬୦ ହଜାର ସେନା ମୁତୟନ ଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
Comments are closed.