www.samajalive.in
Monday, December 15, 2025
16.1 C
Bhubaneswar

ବାପୁଜୀ ନଗରରେ ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର, ଗୋଟେ ଛାତ ତଳେ ଖେଳ ଓ ଜିମର ସମସ୍ତ ଉପକରଣ

ଭୁବନେଶ୍ୱର: ବାପୁଜୀ ନଗର ଭୁବନେଶ୍ୱରରେ ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର ଆରମ୍ଭ ହୋଇଛି। ଭୁବନେଶ୍ୱରରେ ପୂର୍ବରୁ ଜନପଥ ଓ ଜୟଦେବ ବିହାରରେ ଷ୍ଟୋର ରହିଥିବା ବେଳେ ଏହା ତୃତୀୟ ଷ୍ଟୋର। ଏଠାରେ ଗୋଟେ ଛାତ ତଳେ ଖେଳ, ଜିମ୍ ସହ ଅନ୍ୟାନ୍ୟ ଉପକରଣ ସୁଲଭ ମୂଲ୍ୟରେ ମିଳିପାରିବ। ଯେପରିକି କ୍ରିକେଟ୍, ଫୁଟବଲ, ହକି, ବ୍ୟାଡ଼ମିଣ୍ଟନ, ଜିମ୍ ଉପକରଣ, ଆଥଲେଟ୍ ପୋଷାକ, ସନ୍ତରଣ ପୋଷାକ, ଟ୍ରଫି ଭଳି ଅନେକ ନାମୀଦାମୀ ବ୍ରାଣ୍ଡ ଏଠାରେ ଉପଲବ୍ଧ ରହିଛି। ନୂଆ ଷ୍ଟୋର ଉଦ୍ଘାଟନ ଅବସରରେ ଏହି ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଗୋଟେ ମାସ ପର୍ଯ୍ୟନ୍ତ ଏହି ରିହାତିର ଲାଭ ଗ୍ରାହକମାନେ ଉଠାଇପାରିବେ । ସବୁଠୁ ବଡ଼ କଥା ହେଉଛି ଯେ ଗ୍ରାହକମାନେ ଏଠାକୁ ଷ୍ଟୋର ବୁଲିକି ପସନ୍ଦ ମୁତାବକ କ୍ରୟ କରିପାରିବେ। ୧୯୭୮ ମସିହାରେ ଆରମ୍ଭ ହୋଇଥିବା ସ୍ପୋଟ୍ସ ଏମ୍ପୋରିୟମ୍ ଆଗାମୀ ଭୁବନେଶ୍ୱର ସହ ଓଡ଼ିଶାର ଅନ୍ୟ ସ୍ଥାନରେ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଉଦଘାଟନ ସମୟରେ ଷ୍ଟୋରର ମାଲିକ ପ୍ରମୋଦ କୁମାର ଧୁପର, ସୁଧିର ଧୁପର, ରୌନକ ଧୁପର, ସାହିଲ ଧୁପର, ଦେଭମ ଧୁପର, ଆରତି ଧୁପର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories